24.1 C
Bhubaneswar
Sunday, April 5, 2026
Homeଦେଶ ବିଦେଶମାନସିକ ବିକୃତ ପ୍ରାଣୀ ବିଜ୍ଞାନୀଙ୍କୁ ୨୫୦ ବର୍ଷର ଜେଲ୍‌ଦଣ୍ଡ

ମାନସିକ ବିକୃତ ପ୍ରାଣୀ ବିଜ୍ଞାନୀଙ୍କୁ ୨୫୦ ବର୍ଷର ଜେଲ୍‌ଦଣ୍ଡ

ଡାରୱିନ୍ : ଆଡାମ୍ ବ୍ରିଟନ୍ ନାମକ ଜଣେ ପ୍ରାଣୀ ବିଜ୍ଞାନୀଙ୍କୁ ତାଙ୍କ କୁକର୍ମ ପାଇଁ ୨୫୦ ବର୍ଷର ଜେଲ୍‌ଦଣ୍ଡ ଦିଆଯାଇଛି । ତାଙ୍କ ବିରୋଧରେ ପ୍ରାୟ ୬୦ଟି ବୁଲା କୁକୁରଙ୍କ ସହ ଅପ୍ରାକୃତି ଯୌନକ୍ରିୟା ଏବଂ ସେମାନଙ୍କୁ ହତ୍ୟା କରିବା ଭଳି ସଂଗୀନ ଅଭିଯୋଗ ହୋଇଥିଲା । ଏପ୍ରକାର ଅଭିଯୋଗରେ ସେ ଦୋଷୀ ପ୍ରମାଣିତ ହେବା ପରେ ସ୍ଥାନୀୟ ଏନ୍‌ଟି ସୁପ୍ରିମକୋର୍ଟ ତାଙ୍କୁ ୨୪୯ ବର୍ଷର ଜେଲ୍‌ଦଣ୍ଡ ଦେଇଛନ୍ତି । ଏବିସି ରିପୋର୍ଟ ଅନୁସାରେ, ସେ ରାସ୍ତାରେ ବୁଲୁଥିବା ବୁଲାକୁକୁରଙ୍କୁ ପ୍ରଥମେ ଖାଦ୍ୟଲୋଭ ଦେଖାଇ ନିଜ ଘରକୁ ନେଇଆସିଥାନ୍ତି । ପରେ ସେମାନଙ୍କୁ ବାନ୍ଧି ସେମାନଙ୍କ ସହ ଯୌନକ୍ରିୟା କରିବା ପରେ ବାଡେଇ ବାଡେଇ ହତ୍ୟା କରିଥାନ୍ତି । ସବୁଠୁ ବଡ଼ ପରିତାପର ବିଷୟ ହେଉଛି ଏସବୁ ଘଟଣାକୁ ସେ ନିଜେ ରେକର୍ଡ ମଧ୍ୟ କରି ରଖୁଥିଲେ । ଅଷ୍ଟ୍ରେଲିଆର ଡାରୱିନ୍ ଅଞ୍ଚଳରେ ଥିବା ନିଜ ଘରେ ଏପ୍ରକାର ଜଘନ୍ୟ କାଣ୍ଡ ସେ କରିଥାନ୍ତି ବୋଲି କୋର୍ଟରେ ସ୍ୱୀକାର କରିଥିଲେ ।

ଅଷ୍ଟ୍ରେଲିଆରେ ଗୃହପାଳିତ ପଶୁଙ୍କ ପ୍ରତି କୌଣସି ପ୍ରକାର ଅପରାଧିକ ଆଚରଣକୁ କଡ଼ାକଡି ଭାବେ ଦଣ୍ଡଯୁକ୍ତ ବ୍ୟବସ୍ଥା ଅନ୍ତର୍ଗତ ସାମିଲ କରାଯାଇଛି । ସୁତରାଂ ଗତବର୍ଷ ଏହି ମାମଲାରେ ବ୍ରିଟନ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । କିନ୍ତୁ କୋର୍ଟ ତାଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିଥିଲେ । ପ୍ରକାଶ, ଆଡାମ୍ ବ୍ରିଟନ୍ ଜଣେ ବ୍ରିଟିଶ୍ କୁମ୍ଭୀର ଏକ୍ସପର୍ଟ ଭାବେ ଜଣାଶୁଣା । ତେବେ ଏପ୍ରକାର ଦଣ୍ଡାଦେଶ ଉପରେ ପୁନଃ ସମୀକ୍ଷା ପାଇଁ ଆଡାମ୍ ପୁଣିଥରେ କୋର୍ଟଙ୍କୁ ନେହୁରା ହୋଇଛନ୍ତି । କୋର୍ଟ ମଧ୍ୟ ଆସନ୍ତା ମାସ ଅଗଷ୍ଟରୁ ତାଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ରାଜି ହୋଇଛନ୍ତି ।

ଅନ୍ୟପକ୍ଷେ ଅଷ୍ଟ୍ରେଲିଆ ସମତେ ବିଶ୍ୱର ଏକାଧିକ ପଶୁ ସେବା ଆଡାମ୍ ବ୍ରିିଟନ୍‌ଙ୍କ ଭଳି ଜଣେ ମାନସିକ ଦୁଃସ୍ଥ (ପାଗଳ) ବ୍ୟକ୍ତିଙ୍କୁ ସମାଜରେ ରହିବାର କୌଣସି ଅଧିକାର ନାହିଁ ବୋଲି ଯୁକ୍ତି ବାଢ଼ିଛନ୍ତି । କୋର୍ଟ ମଧ୍ୟ ନିଜ ରାୟରେ ଆଡାମ୍ ବ୍ରିଟନ୍‌ଙ୍କୁ ଜଣେ ମାନସିକ ବିକୃତ ଭାବେ ଅଭିହିତ କରିବା ସହ ତାଙ୍କ ଓକିଲକୁ ଜଣେ ଭଲ ମନୋବିଜ୍ଞାନୀଙ୍କୁ ଦେଖାଇବାକୁ ଏବଂ ତାଙ୍କର ଚିକିତ୍ସା କରାଇବାକୁ ପରାମର୍ଶ ଦେଇଛନ୍ତି । ତାଙ୍କ ଓକିଲ ମଧ୍ୟ ଜେଲ୍‌ରେ ରହଣି କାଳରେ ବ୍ରିଟନ୍‌ଙ୍କୁ ପ୍ରାୟ ୩୦ ଘଣ୍ଟା ଧରି ମନୋବିଜ୍ଞାନୀମାନେ ଚିକିତ୍ସା କରିଥିବା ଏବଂ ଚିକିତ୍ସା କରିବା ପରେ ତାଙ୍କ ମାନସିକତା ତଥା ଆଚରଣରେ ପରିବର୍ତ୍ତନ ଆସିଥିବା କୋର୍ଟଙ୍କୁ ଅବଗତ କରାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking