31.1 C
Bhubaneswar
Wednesday, March 25, 2026
Homeଓଡିଶାଆତ୍ମସମର୍ପଣ କଲେ ୨୫ ଜଣ ହାର୍ଡକୋର ମାଓବାଦୀ

ଆତ୍ମସମର୍ପଣ କଲେ ୨୫ ଜଣ ହାର୍ଡକୋର ମାଓବାଦୀ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ପୁଲିସ ନିକଟରେ ୨୫ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ଉପରେ ମୋଟ ୨୯ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ବିଜାପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ବସ୍ତର ରେଞ୍ଜର ଉଚ୍ଚାପଦଧିକାରୀଙ୍କ ଉପସ୍ଥିତିରେ ଏହି ୨୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୮ ଲକ୍ଷ ଲେଖାଏଁ ପୁରସ୍କାର ଘୋଷିତ ୩ ଜଣ ପିଏଲଜିଏ ସଦସ୍ୟ, ୩ ଲକ୍ଷ ଟଂକା ପୁରସ୍କାର ଘୋଷିତ ଡେପୁଟି କମାଣ୍ଡର, ୧ ଲକ୍ଷ ଲେଖାଏଁ ପୁରସ୍କାର ଘୋଷିତ ୨ ଜଣ ମାଓବାଦୀ ସମେତ ମୋଟ ୨୯ ଲକ୍ଷ ଟଂକା ପୁରସ୍କାର ଘୋଷିତ ମାଓବାଦୀ ରହିଛନ୍ତି।

ସରକାରଙ୍କର ଆତ୍ମନିର୍ଭରଶୀଳ ନୀତି ଏବଂ ସଂଗଠନରେ ଭେଦଭାବ ଯୋଗୁଁ ଏମାନେ ଆତ୍ମସମର୍ପଣ କରିଥିବା ପୁଲିସ ନିକଟରେ କହିଛନ୍ତି। ଏଥିସହ ଛତିଶଗଡ ସରକାର ଅପରେସନ ‘କଗାର‘ ଆରମ୍ଭ କରିଥିବା ବେଳେ ନକ୍ସଲଙ୍କ ସମସ୍ତ ଯୋଜନାକୁ ପଣ୍ଡ କରି ଚଢାଉ କରୁଛନ୍ତି। ନିଜର ଜୀବନ ବଞ୍ଚାଇ ଏମାନେ ବାକି ଜୀବନ ସୁଖରେ କଟାଇବାକୁ ଚାହୁଥିଲେ।ତେଣୁ ସମସ୍ତେ ମୁଖ୍ୟସ୍ରୋତରେ ସାମିଲ ହୋଇ ନିଜର ପରିବାର ସହ ଶାନ୍ତିର ଜୀବନଯାପନ କରିବେ ବୋଲି ପୁଲିସ ନିକଟରେ ପ୍ରତିଶ୍ରୁତି ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking