29.1 C
Bhubaneswar
Wednesday, October 23, 2024
Homeଓଡିଶା୨୪ , ୨୫ରେ ନନ୍ଦନ କାନନ ବନ୍ଦ

୨୪ , ୨୫ରେ ନନ୍ଦନ କାନନ ବନ୍ଦ

ଭୁବନେଶ୍ୱର : ବାତ୍ୟା ଦାନାକୁ ଦୁଷ୍ଟିରେ ରଖି ଦୁଇ ଦିନ ନନ୍ଦନ କାନନ ବନ୍ଦ । ୨୪ , ୨୫ରେ ନନ୍ଦନ କାନନ ବନ୍ଦ ନେଇ ସୂଚନା ଜାରି । ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ପବନ ସମ୍ଭାବନା ରହିଛି । ଅନ୍ୟ ପାଶ୍ୱର୍ବର୍ତ୍ତୀ ଜିଲ୍ଲା ପୁରୀ, ଖୋର୍ଦ୍ଧା(ଭୁବନେଶ୍ୱର), କଟକ, ମୟୂରଭଞ୍ଜ, ଢେଙ୍କାନାଳ ଓ କେନ୍ଦୁଝରରେ ବି ପ୍ରବଳ ବର୍ଷା ହେବ । ପାଶ୍ୱର୍ବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ସହ ୬୦ରୁ ୮୦ କିମି ବେଗରେ ପବନ ବହିବ । ଅନ୍ୟପକ୍ଷରେ ବାତ୍ୟା ‘ଦାନା’ର ବାହ୍ୟବଳୟ ସ୍ଥଳଭାଗ ଛୁଇଁଛି । ଭଦ୍ରକ ଓ କେନ୍ଦ୍ରାପଡ଼ାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ କରିଛି । ପାରାଦୀପ ରାଡାର ତଥ୍ୟରୁ ପାଣିପାଗ ବିଜ୍ଞାନୀ ଏହି ସୂଚନା ଦେଇଛନ୍ତି । ବାତ୍ୟା ପ୍ରଭାବରେ ଧାମରା ଓ ପାରାଦୀପରେ ବର୍ଷା ଆରମ୍ଭ ହୋଇଛି । ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିବା ଦେଖିବାକୁ ମିଳିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking