ଭୁବନେଶ୍ୱର: ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି କରାଯାଇଛି । ପତାକା ଦେଖାଇ ଉଦଘାଟନ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ୨୪୬୨ ଏଚଆଇଭି ପଜିଟିଭ ଚିହ୍ନଟ ହୋଇଛି । ୨୦୨୨- ୨୩ ତୁଳନାରେ ଚଳିତବର୍ଷ ପଜିଟିଭ ହାର ହ୍ରାସ ପାଇଛି । ଚଳିତବର୍ଷ ୨୦ ଲକ୍ଷ ଟେଷ୍ଟ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନସୁଦ୍ଧା ୧୪ ଲକ୍ଷ ଟେଷ୍ଟ ସରିଛି । ମୁଖ୍ୟତଃ ମାଆ ଠାରୁ ଶିଶୁଙ୍କୁ ସଂକ୍ରମଣ ସଂଖ୍ୟା ଅଧିକ ରହିଛି । କଟକ, ଗଂଜାମ ଓ ନବରଙ୍ଗପୁରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି । ଏଚଆଇଭି ସଂକ୍ରମଣରେ କ୍ୟାଟେଗୋରୀ-୧ରେ ରହିଛି କଟକ । ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ୩୩୮ , କଟକରେ ୨୬୧, ନବରଙ୍ଗପୁରରେ ୭୦ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ୩୩୮, ସମ୍ବଲପୁରରେ ୧୯୫, ସୁନ୍ଦରଗଡରେ ୧୨୧ ଚିହ୍ନଟ ହୋଇଛନ୍ତି ।










