26.1 C
Bhubaneswar
Friday, March 27, 2026
Homeଓଡିଶା‘ଦାନା’ରେ ଜନ୍ମ ନେଇଛନ୍ତି ୨୨୦୦ ଶିଶୁ : ମୁଖ୍ୟମନ୍ତ୍ରୀ

‘ଦାନା’ରେ ଜନ୍ମ ନେଇଛନ୍ତି ୨୨୦୦ ଶିଶୁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବାତ୍ୟା ‘ଦାନା’ର ପ୍ରକୋପ ଲାଗି ରହିଥିବାବେଳେ ମୋଟ ୨୨୦୦ଜଣ ଶିଶୁ ଜନ୍ମ ନେଇଛନ୍ତି । ଆଉ ସେମାନଙ୍କ ମଧ୍ୟରେ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି ୧୮ଜଣ ମା’ । ଏହି ସମସ୍ତ ଉଭୟ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ସୁରକ୍ଷିତ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଏହାସହିତ ବାତ୍ୟା ‘ଦାନା’ ଯୋଗୁ ମୋଟ ୮ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେବା ସହ ଟିମ୍ ୱାର୍କ ମାଧ୍ୟମରେ ବାତ୍ୟାର ସଫଳ ମୁକାବିଲା କରାଯାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।

ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ବାତ୍ୟା ‘ଦାନା’ ଏବେ ଦୁର୍ବଳ ହୋଇଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ଏହାର ପ୍ରଭାବରେ କିଛି ଅଂଚଳରେ ତୁହାକୁ ତୁହା ପ୍ରବଳ ବର୍ଷା ଲାଗି ରହିଥିବାରୁ ପୁନରୁଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଦେଇଛି । ତେବେ ଆଜି ଅପରାହ୍ନ ସୁଦ୍ଧା ରାସ୍ତା ଅବରୋଧକୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି । ବାତ୍ୟା ଯୋଗୁ ଗଛ ଭାଙ୍ଗି ହୋଇଥିବା ଏସବୁ ରାସ୍ତା ଅବରୋଧ ହୋଇଥିଲା ।

ସେହିପରି ବାତ୍ୟା ଯୋଗୁ ୨୨.୪୩ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ ହୋଇଥିଲା। ଇତିମଧ୍ୟରେ ୧୪.୮୦ଲକ୍ଷ ଉପଭୋକ୍ତାଙ୍କର ବିଦ୍ୟୁତ ପୁନଃଯୋଗାଣ ସମ୍ଭବପର ହୋଇପାରିଛି। କିନ୍ତୁ ପ୍ରବଳ ବର୍ଷା ଯୋଗୁ ବାକି ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଣ ହୋଇପାରିନି। ଆସନ୍ତାକାଲି ସୁଦ୍ଧା ଏହି ସମସ୍ତ ବିଦ୍ୟୁତ ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଇ ଦେବାକୁ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି ବୋଲି ସେ ଆଶ୍ୱାସନା ଦେଇଛନ୍ତି । ଆଜି ରାତି ୯ଟା ସୁଦ୍ଧା ଭଦ୍ରକ ଜିଲ୍ଲାରେ ବିଦ୍ୟୁତଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking