31.1 C
Bhubaneswar
Tuesday, March 24, 2026
Homeଓଡିଶାନୂତନ ଶ୍ମଶାନ ଭୂମିର ଭିତ୍ତି ପ୍ରସ୍ତର ସ୍ଥାପନ ସହ ୨୨ଟି ଟ୍ରାଫିକ୍ ସହାୟତା କେନ୍ଦ୍ର ଉଦ୍‌ଘାଟିତ

ନୂତନ ଶ୍ମଶାନ ଭୂମିର ଭିତ୍ତି ପ୍ରସ୍ତର ସ୍ଥାପନ ସହ ୨୨ଟି ଟ୍ରାଫିକ୍ ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର: ସହରର ଶ୍ମଶାନରେ ଦାହ ସଂସ୍କାର ସେବାର ଉନ୍ନତି ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ମନ୍ତ୍ରୀ ଗୃହ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ତଥା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ (ବିଡିଏ)ର ଅଧ୍ୟକ୍ଷ ଡା.କୃଷ୍ଣଚନ୍ଦ୍ର ମହାପାତ୍ର ଡୁମୁଡୁମାରେ ନୂଆ ଶ୍ମଶାନ ଭୂମିର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ସେହିଭଳି ମନ୍ତ୍ରୀ ଶ୍ରୀ ମହାପାତ୍ର ଖଣ୍ଡଗିରିରେ ୨୨ଟି ଟ୍ରାଫିକ୍ ସହାୟତା କେନ୍ଦ୍ରର ଉଦ୍ଘାଟନ କରିଥିଲେ। ଏହି ଅବସରରେ ଏକାମ୍ର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ବାବୁ ସିଂ, ଅତିରିକ୍ତ ପୁଲିସ୍ କମିଶନର ଡ଼ଃ ଉମାଶଙ୍କର ଦାଶ, ବିଡିଏ ଉପାଧ୍ୟକ୍ଷ ଡା.ଏନ୍‌. ତିରୁମାଲା ନାୟକ ଏବଂ ବିଡିଏର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସ୍ମାର୍ଟ ସିଟି ଭୁବନେଶ୍ୱର କ୍ରମାଗତ ସବୁ କ୍ଷେତ୍ରରେ ଉନ୍ନତି କରୁଥିବାବେଳେ ମୃତ୍ୟୁପରେ ମଣିଷର ସମ୍ମାନ ଓ ତାଙ୍କ ପରିବାରର ସୁବିଧା ନିଶ୍ଚିତ କରିବାକୁ ସରକାର ଦୃଢ଼ ସଂକଳ୍ପବଦ୍ଧ।

ଏହି ପରିପ୍ରେକ୍ଷୀରେ ଡୁମୁଡୁମାରେ ନିର୍ମିତ ହେବାକୁ ଥିବା ନୂଆ ଶ୍ମଶାନ ଭୂମି ୧.୫୮ ଏକର ଜମିରେ ବିସ୍ତୃତ ହେବ ଏବଂ ଏହା ମୋଟ ୪.୬୦ କୋଟି ଟଙ୍କା ବ୍ୟୟଅଟକଳରେ ପ୍ରସ୍ତୁତ ହେବ। ଏଥିରେ ଅପେକ୍ଷା କରିବା ପାଇଁ ବଡ଼ ହଲ୍ ,ପୁରୁଷ ଏବଂ ମହିଳାମାନଙ୍କ ପାଇଁ ଅଲଗା ପୋଷାକ ପରିବର୍ତ୍ତନ କକ୍ଷ, ପ୍ରଶାସନିକ ଭବନ, ଜଳାଶୟ ଏବଂ ଦାହ ସଂସ୍କାର ପାଇଁ ଆଧୁନିକ ବିଦ୍ୟୁତ/ଗ୍ୟାସ ଭଳି ବ୍ୟବସ୍ଥା ରହିବ। ଅନ୍ୟପଟେ ସମସ୍ତଙ୍କ ସୁବିଧା ସକାଶେ, ଏହି ସ୍ମଶାନରେ ରାମ୍ପ ଏବଂ ସାଇନେଜ୍ ବ୍ୟବସ୍ଥା ରହିବ । ଏଠି ଗାଡ଼ି ପାର୍କିଂ ପାଇଁ, ସୁରକ୍ଷା ସୁବ୍ୟବସ୍ଥା ରହୁଥିବାବେଳେ ପରିବେଶ ସୁରକ୍ଷାକୁ ଧ୍ୟାନରେ ରଖି ଏକ ବର୍ଜ୍ୟବସ୍ତୁ ପରିଚାଳନା ପ୍ରଣାଳୀ ମଧ୍ୟ ରହିବ। ଭୁବନେଶ୍ୱରର କ୍ରମାଗତ ବିକାଶ ଓ ବିସ୍ତାର ହେଉଛି। ଏଠାରେ ଦୁଃଖିତ ପରିବାରମାନଙ୍କ ଭାବନା ଏବଂ ଆଧ୍ୟାତ୍ମିକ ପ୍ରୟୋଜନ ପୂରଣ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ମାନଜନକ ଶ୍ମଶାନ ସୁବିଧା ଆବଶ୍ୟକ ରହିଛି। ଏହି ନୂଆ ଶ୍ମଶାନ ଏମିତି କଠିନ ସମୟରେ ପରିବାରମାନଙ୍କୁ ଆବଶ୍ୟକ ସମର୍ଥନ ଦେଇପାରିବ ଏବଂ ସମାଜର ସାମଗ୍ରିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ସେହିପରି, ମନ୍ତ୍ରୀ ଖଣ୍ଡଗିରିରେ ୨୨ଟି ଟ୍ରାଫିକ୍ ସହାୟତା କେନ୍ଦ୍ରର ଉଦ୍ଘାଟନ କରିଛନ୍ତି।

ଏହି କେନ୍ଦ୍ରଗୁଡ଼ିକ ଦୀର୍ଘ ସମୟ ଧରି ରୋଡ଼ରେ କାର୍ଯ୍ୟରତ ଥିବା ଟ୍ରାଫିକ୍ ପୁଲିସ୍ ଅଧିକାରୀମାନଙ୍କ ସୁବିଧା ନିମନ୍ତେ ପ୍ରସ୍ତୁତ କରାଯାଇଛି। ଏଠି ପରିଶ୍ରାଗାର, ବିଶ୍ରାମ ସ୍ଥଳ ଭଳି ସୁବିଧା ରହିଥିବାବେଳେ ଟ୍ରାଫିକ୍ ନିରୀକ୍ଷଣ ସେବାକୁ ସୁପରିଚାଳନା କରିବା ପାଇଁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି। ସହରର ପ୍ରମୁଖ ଛକରେ ଟ୍ରାଫିକ୍ ପରିଚାଳନାକୁ ଅଧିକ ସୁଗମ କରିବା ପାଇଁ, ମୋଟ ୨୨ଟି ଟ୍ରାଫିକ୍ ସହାୟତା କେନ୍ଦ୍ର ନିର୍ମାଣ କରି ପୁଲିସ୍ କମିଶନରେଟ୍କୁ ହସ୍ତାନ୍ତରିତ କରାଯାଇଛି। ଏହି କେନ୍ଦ୍ରଗୁଡ଼ିକ ନିର୍ମାଣ ପାଇଁ ମୋଟ ୨.୬କୋଟି ଟଙ୍କା ବ୍ୟୟରେ ହୋଇଛି। ଏହି କେନ୍ଦ୍ରଗୁଡ଼ିକ ଟ୍ରାଫିକ୍ ପୁଲିସ୍ ଅଧିକାରୀମାନଙ୍କ ପାଇଁ ବିଶ୍ରାମ ସ୍ଥଳ ଭାବେ କାମ କରିବ, ଯାହା ତାଙ୍କୁ ଚାପରେ କାମ କରିବା ସମୟରେ ଅବଶ୍ୟକତା ଅନୁଯାୟୀ ବିଶ୍ରାମ ନେବାର ସୁଯୋଗ ଦେବ। ଏଥିରେ ବିଶ୍ରାମ କୋଠା ଏବଂ ପିଇବା ପାଣି ସୁବିଧା ମଧ୍ୟ ରହିଛି। ଟ୍ରାଫିକ୍ ପୁଲିସ୍ ଅଧିକାରୀମାନଙ୍କ ବର୍ଷା,ଖରା ଭଳି ପ୍ରତିକୂଳ ପରିସ୍ଥିତିରେ ଲମ୍ବା ସମୟ ପର୍ଯ୍ୟନ୍ତ କାମ କରିଥାନ୍ତି। ଏହି ପଦକ୍ଷେପ ସେମାନଙ୍କ କାର୍ଯ୍ୟ ପରିସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ସୁଧାର ଆଣିବା ସହ ତାଙ୍କୁ ଅଧିକ ସୁବିଧାଯୋଗ୍ୟ ପରିବେଶ ପ୍ରଦାନ କରିବ, ଯାହା ସେମାନଙ୍କ କାମକୁ ଅଧିକ ସୁଗମ ଓ ପ୍ରଭାବଶାଳୀ ଢଙ୍ଗରେ ଭାବରେ କରିବାକୁ ସାହାଯ୍ୟ କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking