29.1 C
Bhubaneswar
Friday, April 3, 2026
Homeଦେଶ ବିଦେଶଲେବାନନରେ ଥମୁନି ଇସ୍ରାଏଲର ଆକ୍ରମଣ, ମିସାଇଲ ମାଡ଼ରେ ୨୨ ଜଣଙ୍କ ମୃତ୍ୟୁ

ଲେବାନନରେ ଥମୁନି ଇସ୍ରାଏଲର ଆକ୍ରମଣ, ମିସାଇଲ ମାଡ଼ରେ ୨୨ ଜଣଙ୍କ ମୃତ୍ୟୁ

ଇସ୍ରାଏଲ : ଲେବାନନ ରାଜଧାନୀ ବେରୁଟରେ ଇସ୍ରାଏଲର ଭୟଙ୍କର ମିସାଇଲ ମାଡ଼। ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଜଣେ ହିଜବୁଲ୍ଲାର ବରିଷ୍ଠ କମାଣ୍ଡର ଆକ୍ରମଣରୁ ବର୍ତ୍ତି ଯାଇଛି। ହିଜବୁଲ୍ଲା ଆଡ୍ଡାକୁ ଟାର୍ଗେଟ କରିଥିଲା ଇସ୍ରାଏଲ । ଲେବାନନରେ ହିଜବୁଲ୍ଲା ଆଡ୍ଡା ଉପରେ ଖୋଜିଖୋଜି ଏୟାର ଷ୍ଟ୍ରାଇକ କରୁଛି ଇସ୍ରାଏଲ । ଗୁରୁବାର ରାତିର ଏହି ଆକ୍ରମଣରେ ଏକ ବିଲ୍ଡିଂ ସଂପୂର୍ଣ୍ଣ ଧ୍ବଂସ ହୋଇଯାଇଛି । ଏହି ବିଲ୍ଡିଂରେ ଲୋକ ଭର୍ତ୍ତି ହୋଇ ରହିଥିଲେ। ଆକ୍ରମଣରେ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିବା ଲେବାନନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରମଣରେ ଜାତିସଂଘର ଦୁଇ ଜଣ ଶାନ୍ତିଦୂତ ଆହତ ହୋଇଛନ୍ତି। ସେପଟେ ଗାଜାରେ ଆଇଡିଏଫ୍‌ ଆକ୍ରମଣରେ ୨୮ ଜଣଙ୍କ ମୃତ୍ୟୁୁ ଘଟିଛି। ଏକ ସ୍କୁଲ ଘରେ ଲୋକ ଥିବା ବେଳେ ମିସାଇଲ ଆକ୍ରମଣ ହୋଇଥିଲା। ମିଲିଟାରୀ ଅପରେସନ ବେଳେ ସାଧାରଣ ନାଗରିକଙ୍କ ଜୀବନ ରକ୍ଷା ଉପରେ ଗୁରୁତ୍ବ ଦେବାକୁ ଇସ୍ରାଏଲକୁ କହିଛି ଆମେରିକା।

ସୂଚନା ଅନୁସାରେ ଗତ କିଛି ଦିନ ତଳେ ଇସ୍ରାଏଲ ସେନା ଏୟାରଷ୍ଟ୍ରାଇକ୍‌ କରି ଲେବାନନ୍‌ରୁ ସିରିଆ ଲମ୍ବିଥିବା ଏକ ୩.୫ କିମି ବିଶିଷ୍ଟ ସୁଡ଼ଙ୍ଗକୁ ଧ୍ୱଂସ କରିଥିଲା । ଏହି ସୁଡ଼ଙ୍ଗ ଜରିଆରେ ଇରାନର ଅସ୍ତ୍ରଶସ୍ତ୍ର ଲେବାନନରେ ହିଜବୁଲ୍ଲା ଆତଙ୍କୀଙ୍କ ପାଖରେ ପହଞ୍ଚୁଥିଲା । ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ହିଜ୍‌ବୁଲ୍ଲାର ବହୁ ଅଟ୍ଟାଳିକା ଏବଂ ଅସ୍ତ୍ର ଡିପୋ ଧ୍ୱଂସ ହୋଇଯାଇଛି । ଆକ୍ରମଣରେ ହିଜ୍‌ବୁଲ୍ଲା ମୁଖ୍ୟ ହାସନ ନସରଲ୍ଲାହର ଭାଇ ହାଶିମ ସୈଫିଦ୍ଦିନ୍‌ର ମୃତ୍ୟୁ ଘଟଥିଲା । ମାଟି ତଳେ ବନିଥିବା ଏକ ବଙ୍କରକୁ ଟାର୍ଗେଟ କରି ଇସ୍ରାଏଲ ୧୧ ମିସାଇଲ ଛାଡ଼ିଥିଲା । ସେହି ସମୟରେ ସେଠାରେ ହିଜ୍‌ବୁଲ୍ଲାର ଶୀର୍ଷ ନେତାମାନେ ବୈଠକ କରୁଥିଲେ । ସେଠାରେ ସୈଫିଦ୍ଦିନ ଉପସ୍ଥିତ ଥିଲା ବୋଲି କୁହାଯାଉଛି । ସେହିପରି ହିଜ୍‌ବୁଲ୍ଲାର ଯୋଗାଯୋଗ ନେଟୱାର୍କ କମାଣ୍ଡର ମହମ୍ମର ରସିଦ୍‌ ସ୍କାଫି ମଧ୍ୟ ନିପାତ ହୋଇଥିବା ଇସ୍ରାଏଲ ଦାବି କରିଥିଲା । ସେ ୨୦୦୦ ମସିହାରୁ ସେଠାରେ ଏହି ଦାୟିତ୍ୱରେ ଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking