ନୂଆଦିଲ୍ଲୀ: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଜାରି ସଂଘର୍ଷ ଲଗାତାର ଭୟଙ୍କର ହେବାରେ ଲାଗିଛି। ଗୁରୁବାର ରାତିରେ ଆଫଗାନିସ୍ତାନ ପକ୍ଷରୁ କରାଯାଇ ଥିବା ପାଲଟା ଆକ୍ରମଣ ପରେ ପାକିସ୍ତାନ ପକ୍ଷରୁ ମଧ୍ୟ ଆଉ ଥରେ ହମଲା କରାଯାଇଛି। ଏବେ ଏହି ସବୁ ଆକ୍ରମଣକୁ ନେଇ ପାକିସ୍ତାନୀ ସେନା ପକ୍ଷରୁ କୁହାଯାଇଛି ଯେ, ଗୁରୁବାର ରାତି ଓ ଶୁକ୍ରବାର ସକାଳେ ଆଫଗାନିସ୍ତାନର ୨୨ ଟି ସେନା ସ୍ଥଳୀ ଉପରେ ଆକ୍ରମଣ କରାଯାଇଛି, ଯେଉଁଥିର ପ୍ରାୟ ୨୭୪ ଜଣା ତାଲିବାନୀ ଯୋଦ୍ଧାଙ୍କର ମୃତ୍ୟୁ ହୋଇଛି। ଏହାସହ ପାକିସ୍ତାନୀ ସେନା ସ୍ୱୀକାର କରିଛନ୍ତି ଯେ, ଏହି ଲଢେଇରେ ପ୍ରାୟ ୧୨ ଜଣ ପାକିସ୍ତାନୀ ସୈନିକଙ୍କର ମଧ୍ୟ ଜୀବନ ଯାଇଛି। ଅନ୍ୟପଟେ ତାଲିବାନ ପକ୍ଷରୁ ଦାବି କରାଯାଇଛି ଯେ, ତାଙ୍କର ହମଲାରେ ପ୍ରାୟ ୫୫ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି।
ପାକିସ୍ତାନୀ ସେନାର ମୁଖପାତ୍ର ଅହମଦ ସରିଫ୍ ଚୌଧୁରୀ ମିଡ଼ିଆ ସହ ଆଲୋଚନା କରି କହିଛନ୍ତି, ପୂରା ଅପରେସନ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ନୀତି ନିର୍ଦ୍ଦେଶ ଉପରେ ଚାଲିଛି। ଏଥିରେ ଏବେସୁଦ୍ଧା ୨୭୪ ଆଫଗାନୀ ଆଫଗାନୀ ଯୋଦ୍ଧାଙ୍କର ମୃତ୍ୟୁ ହୋଇଛି, ପାକିସ୍ତାନ ମଧ୍ୟ ନିଜର ୧୨ ଜଣ ସୈନିକଙ୍କୁ ହରାଇଛି। ପାକିସ୍ତାନୀ ଆର୍ମୀର ମୁଖପାତ୍ର ଆଫଗାନିସ୍ତାନ ତାଲିବାନକୁ ବାଛିବାକୁ ମଧ୍ୟ କହିଛନ୍ତି । ସେ କହିଛନ୍ତି – ମୁଁ ଗୋଟିଏ କଥାକୁ ବହୁତ ସ୍ପଷ୍ଟ ଉପାୟରେ କହିବାକୁ ଚାହୁଁଛି। ଆଫଗାନ ତାଲିବାନକୁ ବାଛିବାକୁ ହେବ। ସେ, ଟିଟିପି , ବିଏଲଏ, ଦାଏଶ, ଅଲକାଏଦା ଭଳି ଆତଙ୍କୀ ସଙ୍ଗଠନ ସହ ରହିବ ନା ପାକିସ୍ତାନ ସହ। ପାକିସ୍ତାନ ପୂର୍ବରୁ ମଧ୍ୟ ଏହି କଥା ସ୍ପଷ୍ଟ କରି ସାରିଛି। ପାକିସ୍ତାନ ଆଜି ତାଲିବାନ ସାମ୍ନାରେ ଆତଙ୍କୀ ସଙ୍ଗଠନ ଓ ଇସଲାମାବାଦ ମଧ୍ୟରୁ ଗୋଟିଏକୁ ଚୟନ କରିବାର ବିକଳ୍ପ ଦେଉଛି। ହେଲେ ଆମକୁ ଭୁଲିବା ଉଚିତ୍ ନୁହେଁ ଯେ, ଏହି ପାକିସ୍ତାନ ସୁନ୍ନି ଉଗ୍ରବାଦକୁ ପାଳନ ପୋଷଣ ଭୂମିକା ନିର୍ବାହ କରୁଛି। ସୋଭିଏତ୍ ଓ ଆମେରିକା ଆକ୍ରମଣ ସମୟରେ ତାଲିବାନ ଯୋଦ୍ଧାଙ୍କୁ ପାକିସ୍ତାନ ମଧ୍ୟ ଆଶ୍ରୟ ଦେଇ ଥିଲା। ଯେପର୍ଯ୍ୟନ୍ତ ଅଲକାଏଦାର କଥା , ତ ପାକିସ୍ତାନୀ ଆର୍ମି କ୍ୟାମ୍ପର ନିକଟରେ ଓସାମା ବିନ ଲାଡେନକୁ ହତ୍ୟା କରାଯାଇ ଥିଲା।










