ଭୁବନେଶ୍ୱର : ରାଜ୍ୟରେ ବଢୁଛି ମଦ୍ୟପ ଗାଡି ଚାଳକଙ୍କ ସଂଖ୍ୟା । ତିନି ବର୍ଷରେ ମଦ୍ୟପାନ ଯୋଗୁଁ ଘଟିଲାଣି ୨୧୨୭ ଟି ଦୁର୍ଘଟଣା ଘଟିଛି । ଧରାପଡିଛନ୍ତି ୨୨ ହଜାର ୬୭୨ ମଦ୍ୟପ ଗାଡି ଚାଳକ । ୧୧ ହଜାର ୩୭୭ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି । ଗତ ୫ ବର୍ଷରେ ୫୬ ହଜାର ୮୩୧ ଟି ସଡକ ଦୁର୍ଘଟଣା ହୋଇଛି । ୫୬, ୮୩୧ଟି ଦୁର୍ଘଟଣାରେ ଯାଇଛି ୨୭, ୧୬୭ ଜୀବନ ଯାଇଛି । ଆହତ ହୋଇଛନ୍ତି ୫୦ ହଜାର ୪୧ ଜଣ । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା ।