17.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଅସ୍ତ୍ର ଛାଡି ଆତ୍ମସମର୍ପଣ କଲେ ୨୦୮ ମାଓବାଦୀ

ଅସ୍ତ୍ର ଛାଡି ଆତ୍ମସମର୍ପଣ କଲେ ୨୦୮ ମାଓବାଦୀ

ରାୟପୁର: ୨୦୮ ମାଓବାଦୀ ଅସ୍ତ୍ର ଛାଡି ଆତ୍ମସମର୍ପଣ କରିଛନ୍ତି । ସେମାନେ ଜଗଦଲପୁରଠାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ଉପସ୍ଥିତିରେ ଶାନ୍ତି ଶପଥକୁ ଆପଣାଇଛନ୍ତି ଲାଲବାହିନୀ । ଅସ୍ତ୍ର ତ୍ୟାଗ କରି ମୁଖ୍ୟସ୍ରୋତରେ ସାମିଲ ଅଛନ୍ତି । ସୁଚନା ଯୋଗ୍ୟ କେନ୍ଦ୍ରୀୟ କମିଟି ସଦସ୍ୟ ରୂପେଶଙ୍କ ନେତୃତ୍ୱରେ ଇନ୍ଦ୍ରାବତୀ ଏବଂ ମାଡ ଡିଭିଜନର ୧୫୦ରୁ ଅଧିକ ନକ୍ସଲ ଛତିଗଡ ବିଜାପୁର ପୁଲିସ ନିକଟରେ ଆତ୍ମସମର୍ପଣ ଥିଲୋ ବୁଧବାର ମହାରାଷ୍ଟ୍ରର ଗଡଚିରୋଲିଠାରେ କେନ୍ଦ୍ରୀୟ କମିଟି ସଦସ୍ୟ ଭୁପତି ୬୧ ନକ୍ସଲଙ୍କ ସହ ଆତ୍ମସମର୍ପଣ କରିଥିଲୋ ଜଣେ ପରେ ଜଣେ ମାଓ ନେତା ଆତ୍ମସମର୍ପଣ କରୁଥିବାରୁ ତଳ କ୍ୟାଡର ଆଉ ଜଙ୍ଗଲରେ ରହିବାକୁ ପସନ୍ଦ କରୁନାହାନ୍ତି ।କାଙ୍କେର ଜିଲ୍ଲାରେ ମଧ୍ୟ ବହୁ ନକ୍ସଲ ଆତ୍ମସମର୍ପଣ ପାଇଁ ପହଞ୍ଚିଥିବା ସୂଚନା ମିଳିଛି। ସେମାନଙ୍କୁ ମଧ୍ୟ ଜଗଦଲପୁର ନିଆଯିବ। ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିବେ। ସୂଚନାନୁଯାୟୀ ଆତ୍ମସମର୍ପଣକାରୀ ନକ୍ସଲଙ୍କ ସଂଖ୍ୟା ପ୍ରାୟ ୧୭୦। ସୂଚନାଯୋଗ୍ୟ, ମାଡ୍‌ ଡିଭିଜନର ସକ୍ରିୟ ନେତା ରୂପେଶଙ୍କ ନାମରେ ସରକାର ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking