ଭୁବନେଶ୍ୱର: ବିଧାନସଭାର ତୃତୀୟ ଅଧିବେଶନରେ ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚାଲିଛି । ମହିଳା ଓ ଶିଶୁ ବିକାଶ ବିଭାଗ ଉପରେ ଚାଲିଛି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ । ବିଜେଡି ବିଧାୟକଙ୍କ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା ଉତ୍ତର ରଖି କହିଛନ୍ତି , ୨୦,୧୫୦ ଅଙ୍ଗନବାଡି କେନ୍ଦ୍ର ନାହିଁ ନିଜସ୍ୱ ଗୃହ । ରାଜ୍ୟରେ ମୋଟ ୭୪,୨୨୪ ଟି ଅଙ୍ଗନବାଡି କେନ୍ଦ୍ର ଅଛି । ଏବେ ୫୪,୦୭୪ଟି ଅଙ୍ଗନବାଡି ନିଜସ୍ୱ ଗୃହରେ ଚାଲିଛି । ୧୦, ୪୧୬ଟି ମିନି ଅଙ୍ଗନବାଡି କେନ୍ଦ୍ର ଅଙ୍ଗନବାଡି କେନ୍ଦ୍ରକୁ ପରିବର୍ତ୍ତନ କରାଯାଇଛି । ୪୫୭୪ଟି ଅଙ୍ଗନବାଡି କେନ୍ଦ୍ର ସ୍କୁଲ ଘରେ ଚାଲିଛି । ୧୦, ୪୬୯ ଅଙ୍ଗନବାଡି କେନ୍ଦ୍ର କମ୍ୟୁନିଟି ସେଣ୍ଟରରେ ଚାଲିଛି । ଆଜିବି ୩୮୯୦ଟି ଅଙ୍ଗନବାଡି କେନ୍ଦ୍ର ଭଡା ଘରେ ଚାଲିଛି । ଖୁବଶୀଘ୍ର ନିଜସ୍ୱ ଗୃହରେ ଚାଲିବ ରାଜ୍ୟର ସବୁ ଅଙ୍ଗନବାଡି କେନ୍ଦ୍ର । ଜାଗା ନଥିଲେ ପଞ୍ଚାୟତିରାଜ ବିଭାଗ ସହଯୋଗରେ କିଣାଯିବ ଜାଗା ।










