ଭୁବନେଶ୍ୱର: ୨ ହଜାର ନୂଆ ଟ୍ରାଫିକ ପଦବୀକୁ ସରକାରଙ୍କ ମଞ୍ଜୁରି । ରାଜ୍ୟରେ ଟ୍ରାଫିକ ଏବଂ ସଡକ ସୁରକ୍ଷା ବ୍ୟବସ୍ଥା ଶୃଙ୍ଖଳିତ ଓ ସୁଦୃଢ କରିବା ପାଇଁ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ଅନିମୋଦନ ଦେଇଛନ୍ତି । ରାଜ୍ୟରେ ସ୍ତରରେ ୭୦, ଜିଲ୍ଲା ସ୍ତରରେ ୧୯୩୦ ପଦବି ସୃଷ୍ଟି କରାଯାଇଛି । ଏବେ ସୁଦୃଢ ହେବ ଟ୍ରାଫିକ ଓ ସଡକ ସୁରକ୍ଷା ଶାଖା ।
ଏଡିଜିପି/ ଆଇଜିପି ଗୋଟିଏ ପଦବି, ଡିଆଇଜି ଗୋଟିଏ ପଦବି, ଏସ୍ପି ୨ଟି ପଦବି, ଡିଏସ୍ପି ୪ଟି ପଦବି, ଇନ୍ସ୍ପେକ୍ଟର ୬ଟି ପଦବି, ଏସ୍ଆଇ ୮ଟି ଏଏସ୍ଆଇ ୮ଟି, କନେଷ୍ଟବଳ ୨୨ଟି, ଡ୍ରାଇଭର ୧୦ଟି, ଏଷ୍ଟାବ୍ଲିସମେଣ୍ଟ ଅଫିସର ଗୋଟିଏ, ସେକ୍ସନ ଅଫିସର ଗୋଟିଏ, ଏଏସ୍ଓ ୩ଟି ପଦବି ଓ ଜୁନିଅର ଆସିଷ୍ଟାଣ୍ଟ ପାଇଁ ୩ଟି ସମୁଦାୟ ୭୦ଟି ପଦବି ସୃଷ୍ଟି ହେଇଛି । ସେହିପରି ଡିଏସ୍ପି ୫ଟି ପଦବି, ଇନ୍ସ୍ପେକ୍ଟର ୪୧ଟି ପଦବି, ସବ୍ ଇନ୍ସ୍ପେକ୍ଟର ୮୩ଟି ପଦବି, ଏଏସ୍ଆଇ ୮୩ଟି ପଦବି, ହାବିଲଦାର ୩୧୦ ଓ କନେଷ୍ଟବଳ ପାଇଁ ୧୪୦୮ଟି ପଦବି ସମୁଦାୟ ୧୯୩୦ଟି ପଦବି ସୃଷ୍ଟି ହେଇଛି ।