20.1 C
Bhubaneswar
Sunday, February 15, 2026
Homeଓଡିଶାଇସ୍ରୋ ଗଲେ ଓଡ଼ିଶାର ୨୦ ଜଣ ଛାତ୍ରଛାତ୍ରୀ

ଇସ୍ରୋ ଗଲେ ଓଡ଼ିଶାର ୨୦ ଜଣ ଛାତ୍ରଛାତ୍ରୀ

ଭୁବନେଶ୍ବର: ଇସ୍ରୋ ପରିଦର୍ଶନରେ ବାହାରିଛନ୍ତି ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍‌ସ) ବିଜେତା । ଏହି ପରିଦର୍ଶନର ଶୁଭାରମ୍ଭ ପଠାଣି ସାମନ୍ତ ପ୍ଲାନେଟୋରିୟମ ଠାରେ ହୋଇଛି । ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଓଡ଼ିଶାର ୩୦ଟି ଜିଲ୍ଲାର ୨୦ ଜଣ ସ୍କୁଲ ଛାତ୍ରଛାତ୍ରୀ ଏହି ଯାତ୍ରାରେ ସାମିଲ ହୋଇଛନ୍ତି ।

ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଅଭିଯାନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧୀନରେ ପରିଚାଳିତ ପଠାଣି ସାମନ୍ତ ପ୍ଲାନେଟୋରିୟମ ସହଯୋଗରେ ଆୟୋଜିତ ଟାଟା ଷ୍ଟିଲର ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍‌ସ) ୨୦୨୩ର ବିଜେତାମାନେ ଆଜି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର (ଏସ୍‌ଏସି) ପରିଦର୍ଶନ କରିବାକୁ ଯାତ୍ରା ଆରମ୍ଭ କରିଛନ୍ତି । ଓଡ଼ିଶାର ୩୦ଟି ଜିଲ୍ଲାର ୩୦୦ରୁ ଅଧିକ ସ୍କୁଲରୁ ଚୟନ ହୋଇଥିବା ୨୦ ଜଣ ବିଜେତା ଏସଏସି ଏବଂ ଅହମ୍ମଦାବାଦର ସାଇନ୍ସ ସିଟି ପରିଦର୍ଶନ କରିବେ ।

ଏହି ଅବସରରେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ଯେଉଁ ଛାତ୍ରଛାତ୍ରୀମାନେ ଆଜି ଇସ୍ରୋ ଯାଉଛନ୍ତି ଓଡ଼ିଶାର ୮୦ ହଜାର ପିଲାଙ୍କ ଭିତରୁ ଏହି ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ବଛାଯାଇଛି । ତେଣୁ ଏହି ଯୁବ ପ୍ରତିଭା ଇସ୍ରୋ ଯାଇ ପ୍ରଶିକ୍ଷଣ ନିଅନ୍ତୁ । ଜଣେ ଜଣେ ଭଲ ବୈଜ୍ଞାନିକ ହୋଇ ବିଶ୍ୱରେ ନା କରି ଓଡ଼ିଶାର ଭବିଷ୍ୟତ ସାଜନ୍ତୁ । ଆଉ ଓଡିଶାର ଯୁବ ପ୍ରତିଭାଙ୍କୁ ଆକର୍ଷଣ କରିବା ପାଇଁ ଅନ୍ୟ ଜିଲ୍ଲାରେ ଆଉ କିଛି ପ୍ଲାନେଟୋରିୟମ ସହ ସାଇନ୍ସ ପାର୍କ ଓ ପ୍ରତିଜିଲ୍ଲାରେ ସାଇନ୍ସ ପ୍ରୋଜେକ୍ଟ କରିବା ପାଇଁ ଆଗକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking