30.1 C
Bhubaneswar
Saturday, October 5, 2024
Homeଓଡିଶା+୨ ପରୀକ୍ଷା ହେବ ସଂସ୍କାର; ଏଣିକି ସିଏଚ୍‌ଏସ୍‌ଇ ପରିସର ମଧ୍ୟରେ ହେବ ଇ-ମୂଲ୍ୟାଙ୍କନ

+୨ ପରୀକ୍ଷା ହେବ ସଂସ୍କାର; ଏଣିକି ସିଏଚ୍‌ଏସ୍‌ଇ ପରିସର ମଧ୍ୟରେ ହେବ ଇ-ମୂଲ୍ୟାଙ୍କନ

ଭୁବନେଶ୍ୱର: ୨୦୨୫ +୨  ପରୀକ୍ଷାରେ ହେବ ସଂସ୍କାର । ପରୀକ୍ଷାରେ କପି ରୋକିବା ଏବଂ ମୂଲ୍ୟାଙ୍କନରେ ସର୍ବାଧିକ ସ୍ୱଚ୍ଛତା ଆଣିବା ଲାଗି +୨ ପରିଷଦ ପକ୍ଷରୁ ବ୍ଲ-ପ୍ରିଣ୍ଟ୍ ପ୍ରସ୍ତୁତ କରାଯାଇଛି । ପୂର୍ବପରି  ବିଭିନ୍ନ ସ୍ଥାନରେ ଭଡାଘରେ ଇ-ମୂଲ୍ୟାଙ୍କନ ନକରି +୨ ପରିଷଦର ପରିସରରେ ଗୋଟିଏ ଛାତତଲେ ସବୁ ଖାତାର ଇ-ମୂଲ୍ୟାଙ୍କନ ପ୍ରକ୍ରିୟା କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଯୋଜନା କରାଯାଇଛି । ଏନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି । ଏହାବ୍ୟତୀତ ପ୍ରଶ୍ନପତ୍ର ପ୍ରସ୍ତୁତି, ପରୀକ୍ଷା ପରିଚାଳନା, ଉତ୍ତରଖାତା ହବକେନ୍ଦ୍ରରେ ରଖିବା, ମୁଲ୍ୟାଙ୍କନ ଏବଂ ପରୀକ୍ଷାଫଳ ପ୍ରକାଶ ଆଦି ସବୁ ଥିରେ ବିଭାଗ ପକ୍ଷରୁ କଡ଼ା ନଜର ରହିବ ବୋଲି ଜଣାପଡ଼ିଛି ।
ସେହିପରି ପରୀକ୍ଷାକେନ୍ଦ୍ର, ହବ୍‌କେନ୍ଦ୍ର ଏବଂ ମୁଲ୍ୟାଙ୍କନ କେନ୍ଦ୍ର ଆଦି ଯେଉଁଠି ଅଧିକାରୀଙ୍କ ଦ୍ୱାରା ବ୍ୟତିକ୍ରମ ହେବା ଜଣାପଡ଼ିବ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।  ଇ-ମୂଲ୍ୟାଙ୍କନକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରତ୍ୱ ଦିଆଯାଇଛି ।  ବିଭିନ୍ନ ସ୍ଥାନରେ ଇ-ମୂଲ୍ୟାଙ୍କନ ହୋଇଥିବା ବେଳେ ଅନେକ କେନ୍ଦ୍ରରେ ଭିତ୍ତିଭୂମିର ଅଭାବ  ଏବଂ ମୂଲ୍ୟାଙ୍କନରେ ସମସ୍ୟା ସୃଷ୍ଟି ହୋଇଥିଲା । ଏପରିକି ଅନେକ କେନ୍ଦ୍ରରେ ବିଦ୍ୟୁତ ସମସ୍ୟା ଲାଗି ଉତ୍ତରଖାତା ସ୍କାନିଂ ଠିକ୍ ଭାବେ ହୋଇପାରିନଥିବା ଅଭିଯୋଗ ହୋଇଥିଲା । ଏହାବ୍ୟତୀତ ଆଉକିଛି ଇ-ମୂଲ୍ୟାଙ୍କନ କେନ୍ଦ୍ରରେ ଉତ୍ତର ଖାତାରେ ମାର୍କ ବଢ଼ାଇବା ଲାଗି ମଧ୍ୟ ଅନୁରୋଧ କରାଯାଇଥିଲା । ଏହାବ୍ୟତୀତ ଗତ କିଛି ବର୍ଷ ହେବ ଭିତ୍ତିଭୂମି ନଥିବା କେନ୍ଦ୍ରରେ ଇ-ମୁଲ୍ୟାଙ୍କନ ହେଉଥିବାରୁ ଖାତାଦେଖାରେ ବିଳମ୍ବ ହେବା ସହ ରେଜଲ୍ଟ ପ୍ରକାଶରେ ମଧ୍ୟ ବିଳମ୍ବ ହେଉଥିଲା । ତେଣୁ +୨ ପରିସରରେ ମୁଖ୍ୟକାର୍ଯ୍ୟର ପଛପାଶ୍ୱରେ ଥିବା ୩ମହଲା ବିଲ୍ଡିଂରେ ଇ-ମୂଲ୍ୟାଙ୍କନ କରିବାକୁ ନିଷ୍ପତ୍ତି ହୋଇଛି । ଫଳରେ ଗୋଟିଏ ସ୍ଥାନରେ ସବୁ ଖାତାର ସ୍କାନିଂ ଏବଂ ମାର୍କିଂ କରାଯିବ । ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବାରୁ ଖାତାଦେଖାରେ ସ୍ୱଚ୍ଛତା ରହିବ ବୋଲି ଆଶା ରହିଛି । ସେହିପରି ପୂର୍ବଭଳି ମାନୁଆଲ ଖାତାଦେଖା ଲାଗି ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୁଲ୍ୟାଙ୍କନ କେନ୍ଦ୍ର କରିବାକୁ ବିଭାଗ ପକ୍ଷରୁ ଯୋଜନା ରହିଛି ।
ତେବେ ଗତ କିଛି ବର୍ଷ ହେବ ଯୁକ୍ତଦୁଇ ପରୀକ୍ଷାରେ ଇ-ମୁଲ୍ୟାଙ୍କନରେ କିଛି ଆଇଟି କମ୍ପାନୀଗୁଡିକର କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।   ରାଜ୍ୟରେ  ଇ-ମୁଲ୍ୟାଙ୍କନ ଲାଗି ୩୫ରୁ ଅଧିକ କେନ୍ଦ୍ର ହେଉଥିବା ବେଳେ ଏଣିକି ଗୋଟିଏ କେନ୍ଦ୍ର କିମ୍ବା ରାଜ୍ୟର ଜୋନ କାର୍ଯ୍ୟାଳୟ ଅଧିନରେ ୪ଟି କେନ୍ଦ୍ର ମାଧ୍ୟମରେ ଖାତାଦେଖା କରାଯିବ ବୋଲି ଯୋଜନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking