26.1 C
Bhubaneswar
Friday, March 20, 2026
Homeଅପରାଧ୨ଟି ମନ୍ଦିରରୁ ଲୁଟିନେଲେ ଦୁର୍ବୁତ୍ତ

୨ଟି ମନ୍ଦିରରୁ ଲୁଟିନେଲେ ଦୁର୍ବୁତ୍ତ

ଖୋର୍ଦ୍ଧା : ୨ଟି ମନ୍ଦିରରୁ ଲୁଟିନେଲେ ଦୁର୍ବୁତ୍ତ। ଗୋଟିଏ ରାତିରେ ଦୁଇଟି ମନ୍ଦିରରେ କଳାକନା ବୁଲାଇଦେଲେ। ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ତ୍ରିବେଣୀ ତୀର୍ଥ ବେଲେଶ୍ୱର ମନ୍ଦିର ଓ ଦିୱାନି ପାଟଣା ଦୁଲ୍ଲା ଦେବୀ ମନ୍ଦିରରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରମାନେ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା, ରୁପା ଅଳଙ୍କାର ସହ ମୂର୍ତ୍ତି ନେଇଥିବା ମନ୍ଦିର ପୂଜକ ଅଭିଯୋଗ କରିଛନ୍ତି। ଗତକାଲି ରାତିରେ ଚୋରମାନେ ତ୍ରିବେଣୀ ତୀର୍ଥରେ ଥିବା ବେଲେଶ୍ୱର ମନ୍ଦିରର ତାଲା ଭାଙ୍ଗି ଭିତରେ ପଶିଥିଲେ। ପରେ ମନ୍ଦିରରୁ ଅଷ୍ଟଧାତୁ ସର୍ପ, ପିତ୍ତଳ ସର୍ପ, ଶିବ ପାର୍ବତୀଙ୍କ ରୂପା ସୁନା ମକୁଟ, ସୁନା ଆଖି, ଚିତା ଓ ଅନ୍ୟ ଅଳଙ୍କାର ଲୁଟି ନେଇ ଚମ୍ପଟ ମାରିଥିଲେ। ଆଜି ସକାଳେ ପୂଜକ ମନ୍ଦିରରେ ପହଞ୍ଚି ତାଲା ଭଙ୍ଗାଯାଇଥିବା ଦେଖିଥିଲେ। ଏନେଇ ପୁଲିସ ଓ ସ୍ଥାନୀୟ ଲୋକଙ୍କୁ ଅବଗତ କରାଇଥିଲେ।ସେହିପରି ଦିୱାନି ପାଟଣା ଗାଁର ଅଧିଷ୍ଠାତ୍ରୀ ଦୁଲ୍ଲାଦେବୀଙ୍କ ଅଳଙ୍କାର ଲୁଟି ନେଇଛନ୍ତି ଚୋର। ଗତକାଲି ରାତିରେ ଚୋରମାନେ ମନ୍ଦିରରେ ପଶି ମା’ ଅଳଙ୍କାର ଲୁଟିନେଇଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ଜଣେ ଚୋରକୁ କାବୁ କରିଥିବା ବେଳେ ଅନ୍ୟମାନେ ଚମ୍ପଟ ମାରିଛନ୍ତି। ବାଲିପାଟଣା ଥାନା ପୁଲିସ ଘଟଣାର ତଦନ୍ତ କରୁଛି। ପୁଲିସ ପାଟ୍ରୋଲିଂ କରୁନଥିବାରୁ ଲୁଟପାଟ ବଢୁଥିବା କହିଛନ୍ତି ଗ୍ରାମବବାସୀ । ଗ୍ରାମବାସୀ ଜଣେ ଚୋରକୁ କାବୁ କରିଥିବା ବେଳେ ଅନ୍ୟମାନେ ଚମ୍ପଟ ମାରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking