30.1 C
Bhubaneswar
Tuesday, February 3, 2026
Homeଓଡିଶାନୂଆ ବର୍ଷରେ ଏକାଥରକେ ୨ଟି ସୁଭଦ୍ରା କିସ୍ତି

ନୂଆ ବର୍ଷରେ ଏକାଥରକେ ୨ଟି ସୁଭଦ୍ରା କିସ୍ତି

ଭୁବନେଶ୍ୱର: ନୂଆବର୍ଷରେ ଏକାଥରେ ୨ଟି କିସ୍ତି ପାଇବେ ସୁଭଦ୍ରା ହିତାଧିକାରୀ। ନୂଆ ଯୋଡ଼ି ହୋଇଥିବା ହିତାଧିକାରୀଙ୍କ ଆକାଉଣ୍ଟକୁ ଏକାଥରକେ ୨ଟି କିସ୍ତିର ଟଙ୍କା ଟ୍ରାନ୍ସଫର ହେବ। ୨ଟି କିସ୍ତି ଦେବାକୁ ଜାନୁଆରୀ ପ୍ରଥମ ସପ୍ତାହରୁ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଏହାଛଡ଼ା ସେ କହିଛନ୍ତି ଯେ ସୁଭଦ୍ରା ଯୋଜନା ପାଇଁ ଏବେ ଆମେ ଏକ ପୋର୍ଟାଲ ଖୋଲିଛୁ। ଯାହାକୁ ୨୧ ବର୍ଷ ହେଲା, ସେମାନଙ୍କୁ ଆମେ ସୁଭଦ୍ରା ପୋର୍ଟାଲରେ ସଂଯୋଗ କରୁଛୁ। ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ଯେଉଁମାନେ ନୂଆରେ ଯୋଡି ହେଉଛନ୍ତି ସେମାନଙ୍କୁ ଏକାଥରେ ୨ଟି କିସ୍ତିର ଟଙ୍କା ଦିଆଯିବ। ଯେଉଁମାନେ କିଛି ପାଇ ନଥିଲେ ବୋଲି ଚିନ୍ତା କରୁଥିଲେ, ନୂଆ ବର୍ଷ ଆସୁ ଆସୁ ସେ ଅଭିଯୋଗ ଆଉ ରହିବ ନାହିଁ। ସମସ୍ତେ ସୁଭଦ୍ରା ଯୋଜନା ଟଙ୍କା ପାଇବେ। ତେବେ ସୁଭାଦ୍ରା ଯୋଜନାରେ ୧୭ ଲକ୍ଷରୁ ଅଧିକ ନୂଆ ହିତାଧିକାରୀ ଯୋଡ଼ି ହୋଇଛନ୍ତି। ୧୭,୮୩,୨୫୧ ମହିଳାଙ୍କୁ ଆନୁଷ୍ଠାନିକ ଭାବରେ ଯୋଜନାରେ ଯୋଡ଼ା ଯାଇଛି। ସେହିପରି ୯,୩୬,୨୮୩ ଆବେଦନକୁ ରିଜେକ୍ଟ କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ସେପଟେ ଗତକାଲି ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି ଅତିରିକ୍ତ ବ୍ୟୟବରାଦ ବିଧାନସଭାର ଅନୁମୋଦନ ପାଇଁ ଉପସ୍ଥାପନ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking