ନୂଆଦିଲ୍ଲୀ: ଓଡିଶାରେ ହେବ ୨ଟି ସେମିକଣ୍ଡକ୍ଟର ୟୁନିଟ । ଓଡିଶାରେ ପ୍ରତିଷ୍ଠା ହେବ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫ୍ୟାକ୍ଚରିଂ ୟୁନିଟ । କେନ୍ଦ୍ର କ୍ୟାବିନେଟର ଅନୁମୋଦନ ନେଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ସାରା ଦେଶରେ ଆଉ ୪ଟି ସେମିକଣ୍ଡକ୍ଟର ୟୁନିଟ ପାଇଁ ମଞ୍ଜୁରୀ ହୋଇଛି । ପଞ୍ଜାବ ଓ ଆନ୍ଧ୍ର ପ୍ରଦେଶରେ ଆଉ ୨ଟି ସେମିକଣ୍ଡକ୍ଟର ୟୁନିଟ ପ୍ରତିଷ୍ଠା ହେବ । ନୂଆ ୪ଟି ସେମିକଣ୍ଡକ୍ଟର ୟୁନିଟ ପାଇଁ ବ୍ୟୟ ହେବ ୪ ହଜାର ୫୯୪ କୋଟି ।









