21.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଫ୍ୟାକ୍ଟ୍ରିରେ ନିଆଁ ଲାଗି ୨ ଜଣ ଜୀବନ୍ତ ଦଗ୍ଧ

ଫ୍ୟାକ୍ଟ୍ରିରେ ନିଆଁ ଲାଗି ୨ ଜଣ ଜୀବନ୍ତ ଦଗ୍ଧ

ଗୁରୁଗ୍ରାମ : ଫ୍ୟାକ୍ଟ୍ରିରେ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ଘଟିଛି । ଯେଉଁ ଫ୍ୟାକ୍ଟ୍ରିରେ ନିଆଁ ଲିଭା ଯନ୍ତ୍ର ତିଆରି ହୁଏ, ସେହି ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଛି । ଏଥିରେ ୨ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ଅଶଙ୍କା ରହିଛି। ଦିଲ୍ଲୀ ସୀମାବର୍ତ୍ତୀ ଗୁରୁଗ୍ରାମରେ ଘଟିଛି ଏଭଳି କିଛି ଘଟଣା। ସୂଚନା ମୁତାବକ, ଗୁରୁଗ୍ରାମର ଦୌଲତାବାଦ ଶିଳ୍ପାଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭା ଯନ୍ତ୍ର ଫ୍ୟାକ୍ଟ୍ରିରେ ବିସ୍ଫୋରଣ ପରେ ପ୍ରାୟ ୩ କିଲୋମିଟର ଉପର ଯାଏଁ ଧୂଆ ଉଠିଥିଲା। ସେପଟେ ବିସ୍ଫୋରଣ ଶବ୍ଦ ଶୁଣି ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏଥିରେ ୨ ଜଣ ଜୀବନ୍ତ ଜଳି ଯାଇଛନ୍ତି। ସୂଚନା ମିଳିବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ପ୍ରାୟ ୨୪ଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିଶମ ଅଧିକାରୀ ରମେଶ କୁମାର କହିବା ମୁତାବକ, ଏହି ବିସ୍ଫୋରଣରେ ପ୍ରାୟ ତିନିରୁ ଚାରି ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ଯୋଗୁ ନିକଟରେ ଥିବା ବହୁ ଅଟ୍ଟାଳିକା ନଷ୍ଟ ହୋଇଯାଇଛି। ସେହିପରି ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ତେବେ କେଉଁ କାରଣରୁ ଏହି ବିସ୍ଫୋରଣ ଘଟିଥିଲା ସେ ନେଇ କୌଣସି ସୂଚନା ମିଳିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking