ମୁମ୍ବାଇ: ଦୁଇ ଜଣ ୪ ବର୍ଷୀୟ ନର୍ସରୀ ଛାତ୍ରୀ ସ୍କୁଲ ସୁଇପର ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଥାନେରେ ଥିବା ଗୋଟିଏ ଇଂରାଜୀ ମିଡିୟମ ସ୍କୁଲରେ ଏପରି ଘଟଣା ଘଟିଛି। କିଛି ଦିନ ତଳେ ସ୍କୁଲରେ ନୂଆ କରି ନିଯୁକ୍ତି ପାଇଥିବା ସୁଇପର ଜଣଙ୍କ ନାଁରେ ଏପରି ଅଭିଯୋଗ ଆସିଛି।
ପୁଲିସ୍ ଏହି ଅଭିଯୋଗକୁ ଭିତ୍ତି କରି ଶନିବାର ୨୪ ବର୍ଷୀୟ ଅଭିଯୁକ୍ତକୁ ଗିରଫ କରିଛି। କିନ୍ତୁ ଦୁଇ ଛାତ୍ରୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ପୁଲିସ୍ ଅଭିଯୋଗ ପାଇବାର ୧୨ ଘଣ୍ଟା ପରେ ଏଫଆଇଆର ରୁଜୁ କରିଥିଲା।
ଜିଲ୍ଲା ମହିଳା ଓ ଶିଶୁ କଲ୍ୟାଣ ବିକାଶର ହସ୍ତକ୍ଷେପ ପରେ ପୁଲିସ କାର୍ଯ୍ୟାଷ୍ଠାନ ନେଇଛି। ଏହାବାଦ ସ୍କୁଲ କର୍ତ୍ତୃପକ୍ଷ କେମିତି ଛାତ୍ରୀମାନଙ୍କୁ ୱାଶରୁମ ନେବାକୁ କେମିତି ଜଣେ ପୁରୁଷ ସୁଇପରକୁ ଅଗଷ୍ଟ ୧ରେ ନିଯୁକ୍ତି କଲେ, ତା’ ଉପରେ ମଧ୍ୟ ପ୍ରଶ୍ନ ଉଠିଛି।










