ଫୁଲବାଣୀ: ଦୁଇ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଉନ୍ଗା କାଲ୍ମୁ ଓ ମାସେ ମାଡ୍ଭି ନାମକ ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଉଭୟ ଛତିଶଗଡର ସୁକୁମା ଜିଲ୍ଲାର ବାସିନ୍ଦା ହୋଇଥିବା ସୂଚନା ମିଳିଛି । ଉଭୟେ ୨୦୧୮ରୁ ସିପିଆଇ ମାଓବାଦୀ ସଂଗଠନରେ କାମ କରୁଥିôଲେ । ଉଭୟ ଆତ୍ମସମର୍ପଣ କରିବା ସମୟରେ ଦାରିଙ୍ଗିବାଡି ଅଞ୍ଚଳରେ ସକ୍ରିୟ ଥିଲେ । ଅନ୍ୟପଟେ ଆଜି ସକାଳେ ଛତିଶଗଡର ସୁକୁମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ମାଓବାଦୀ ନିହତ ହୋଇଥିଲେ । ସୁରକ୍ଷା କର୍ମୀମାନେ ଘଟଣାସ୍ଥଳରୁ ଏକ ଏକେ-୪୭ ରାଇଫଲ୍ ସମେତ ଅନେକ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରିଥିଲେ।










