ଭୁବନେଶ୍ୱର: କମିଶନରେଟ୍ ପୋଲିସକୁ ମିଳିଛି ବଡ ସଫଳତା । ୨ କୁଖ୍ୟାତ ଠକକୁ ଗିରଫ କଲା କମିଶନରେଟ୍ ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ରିଙ୍କୁ ସାଇନି, ମନିନ୍ଦର ସିଂ । ଉଭୟଙ୍କ ଘର ହରିୟାଣାରେ ରହିଛି । ସୋସିଆଲ୍ ଜଷ୍ଟିସ୍ ଆଣ୍ଡ ୱେମେନ ଏମ୍ପାୱାରମେଣ୍ଟ କମିଶନ କହି ଠକୁଥିଲା ରିଙ୍କୁ । ରିଙ୍କୁଙ୍କ ପର୍ସନାଲ ଆସିଷ୍ଟାଣ୍ଡ କହି ମନିନ୍ଦର ମଧ୍ୟ ଠକେଇରେ ସାମିଲ ଥିଲା । ଭୁବନେଶ୍ୱର ମୈତ୍ରୀବିହାର ଅଞ୍ଚଳରୁ ଉଭୟେ ଗିରଫ ହୋଇଛନ୍ତି । ଏମଏଚଏରେ କମିଶନ ଭାବେ କାର୍ଯ୍ୟ ନେଇ ଜାଲି ଆଇଡି କାର୍ଡ ପ୍ରସ୍ତୁତ କରିଥୟଲେ । ସ୍ୱରାଣ୍ଟ୍ର ମନ୍ତ୍ରାଳୟ ସହ ଯୋଗାଯୋଗ କରିବା ପରେ ଜଣାପଡିଲା କହିଲେ ସିପି । ଏନେଇ ସୂଚନା ଦେଇ କହିଲେ ହରିୟାଣା ପୋଲିସ ସହ ମଧ୍ୟ ଯୋଗାଯୋଗ କରାଯାଇଥିଲା । ଯଦି କେହି ଏମାନଙ୍କ ଦ୍ୱାରା ଠକାମୀରେ ପଡଥାନ୍ତି, ଥାନାକୁ ଜଣାଇବାକୁ ବି ଦେଲେ ନିର୍ଦ୍ଦେଶ ।










