34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶସୁପ୍ରିମକୋର୍ଟରେ ୨ ନୂଆ ବିଚାରପତି ନିଯୁକ୍ତ; ବିଚାରପତିଙ୍କ ସଂଖ୍ୟା ୩୪କୁ ବୃଦ୍ଧି

ସୁପ୍ରିମକୋର୍ଟରେ ୨ ନୂଆ ବିଚାରପତି ନିଯୁକ୍ତ; ବିଚାରପତିଙ୍କ ସଂଖ୍ୟା ୩୪କୁ ବୃଦ୍ଧି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ କଲେଜିୟମ୍ ପକ୍ଷରୁ କରାଯାଇଥିବା ସୁପାରିଶ ଆଧାରରେ ଆଜି ୨ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଛି । ସୁପ୍ରିମକୋର୍ଟରେ ଖାଲି ପଡ଼ିଥିବା ବିଚାରପତିଙ୍କ ନିଯୁକ୍ତି ସଂକ୍ରାନ୍ତରେ କଲେଜିୟମ୍ ପକ୍ଷରୁ ଦିଆଯାଇଥିବା ସୁପାରଶ୍‌କୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିବା ପରେ ଏହି ଦୁଇ ବିଚାରପତିଙ୍କୁ ନିଯୁକ୍ତି ମିଳିଛି । ଜଷ୍ଟିସ୍ ଏନ୍ କୋଟିଶ୍ୱର ସିଂହ ଏବଂ ଜଷ୍ଟିସ୍ ଆର ମହାଦେବନଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ କରଯାଇଛି । ତେବେ ଏହି ୨ ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ମିଶାଇ ବର୍ତ୍ତମାନ ସୁପ୍ରମକୋର୍ଟର ବିଚାରପତିଙ୍କ ସଂଖ୍ୟା ୩୪ ହୋଇଛି । ଏନେଇ କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଜି ଏକ୍ସ ପୋଷ୍ଟ ଯୋଗେ ଘୋଷଣା କରିଛନ୍ତି । ସୁପ୍ରିମକୋର୍ଟରେ ନୂଆ ବିଚାରପତି ଭାବେ ନିଯୁକ୍ତି ପାଇଥିବା ୨ ବିଚାରପତିଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ମଣିପୁର ଭଳି ରାଜ୍ୟରୁ ଜଣେ ବିଚାରପତିଙ୍କୁ ସୁପ୍ରିମକୋର୍ଟରେ ଅବସ୍ଥାପିତ କରାଯିବା ଦେଖିବାକୁ ମିଳିଛି । ମଣିପୁରରୁ ଆଜି ପର୍ଯ୍ୟନ୍ତ କୌଣସି ବିଚାରପତି ସୁପ୍ରିମକୋର୍ଟଙ୍କ ବିଚାରପତି ପ୍ୟାନେଲ୍‌ରେ ସାମିଲ ହୋଇପାରିନଥିଲେ । ଜଷ୍ଟିସ୍ ଏନ୍ କୋଟିଶ୍ୱର ସିଂହ ସମ୍ପ୍ରତି ଜମ୍ମୁ କାଶ୍ମୀର ଓ ଲଦାଖର ମୁଖ୍ୟ ବିଚାରପତି ଭାବେ ଅବସ୍ଥାପିତ ରହିଛନ୍ତି । ଜଷ୍ଟିସ୍ ସିଂହ ମଣିପୁରର ପ୍ରଥମ ଆଡଭୋକେଟ୍ ଜେନେରାଲ୍ ଏନ୍ ଇବୋତୋମି ସିଂହଙ୍କ ପୁଅ । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିରୋରୀ ମାଲ କଲେଜ ଆଣ୍ଡ କ୍ୟାମ୍ପସ ଲ’ ସେଣ୍ଟରରେ ଆଇନ୍ ଡିଗ୍ରୀ ଅଧ୍ୟୟନ କରିଥିଲେ । ୧୯୮୬ରେ ଜଣେ ଆଡଭୋକେଟ୍ ଭାବେ ସେ ନିଜ ପେଶାଦାର କ୍ୟାରିୟର ଆରମ୍ଭ କରିଥିଲେ । ବିଚାରପତି ହେବା ପୂର୍ବରୁ ଏନ୍ କୋଟିଶ୍ୱର ମଣିପୁର ଆଡ୍‌ଭୋକେଟ ଜେନେରାଲ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଏଥିସହ ସେ ଗୌହାଟୀ ହାଇକୋର୍ଟ ଏବଂ ମଣିପୁର ହାଇକୋର୍ଟରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେହିପରି ଜଷ୍ଟିସ ମହାଦେବନ୍ ବର୍ତ୍ତମାନ ମାଡ୍ରାସ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଅଛନ୍ତି । ତାଙ୍କ ଘର ଚେନ୍ନାଇରେ । ଜଷ୍ଟିସ ମହାଦେବନ୍ ମାଡ୍ରାସ ଆଇନ ମହାବିଦ୍ୟାଳୟରୁ ଆଇନ୍ ଡିଗ୍ରୀ ଶେଷ କରିବା ପରେ ସମୟକ୍ରମେ ସେ ୨୦୧୩ରେ ମାଡ୍ରାସ ହାଇକୋର୍ଟର ବିଚାରପତି ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking