ନୂଆଦିଲ୍ଲୀ : ଦେଶରେ ଆଉ ଦୁଇ ଜଣ ଏଚଏମପିଭି ପଜିଟିଭ ଚିହ୍ନଟ ହୋଇଛି । ମହାରାଷ୍ଟ୍ର ନାଗପୁରରୁ ଆଉ ୨ ସଂକ୍ରମିତ ଚିହ୍ନଟ ହୋଇଛି । ଚିହ୍ନଟ ୨ ଶିଶୁଙ୍କ ବୟସ ଯଥାକ୍ରମେ ୭ ବର୍ଷ ଓ ୧୩ ବର୍ଷ ଅଟେ । ଏହି ଭାଇରସର ଲକ୍ଷଣ ଉଭୟଙ୍କ ମଧ୍ୟରେ ଦେଖାଦେଇଥିଲା । ପ୍ରଥମେ ଜ୍ୱର ତାପରେ ଥଣ୍ଡାରେ ଆକ୍ରାନ୍ତ ହେବା ପରେ ପଜିଟିଭ ଚିହ୍ନଟ ହୋଇଛନ୍ତି । କାଲି ଗୋଟିଏ ଦିନରେ ୬ ଶିଶୁ ପଜିଟିଭ ଚିହ୍ନଟ ହୋଇଥିଲେ । ଚେନ୍ନାଇ ଓ ବେଙ୍ଗାଲୁରୁରେ ୨ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଅହମ୍ମଦାବାଦ ଓ କୋଲକାତାରେ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ଦେଖାଦେଇଛି ।