29.1 C
Bhubaneswar
Friday, February 6, 2026
Homeଓଡିଶାହାତୀ ଆକ୍ରମଣରେ ୨ ମୃତ

ହାତୀ ଆକ୍ରମଣରେ ୨ ମୃତ

କୁଚିଣ୍ଡା: ଉଷାକୋଠି ଅଭୟାରଣ୍ୟ କୁତବ ଗ୍ରାମରେ ଗତକାଲି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଘଟଣାକୁ ନେଇ ପୁଲିସ ଓ ବନ ବିଭାଗ ତଦନ୍ତ ଆରମ୍ଭ କରିଛନ୍ତି।ବନ୍ଧମୁଣ୍ଡା ଠାରେ ସୋମବାର ମଧ୍ୟ ରାତି ପ୍ରାୟ ଗୋଟିଏ ବେଳେ ଗୋଟିଏ ଜଙ୍ଗଲି ହାତୀ  ଅଚାନକ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ସହରର ମୁଖ୍ୟ ରାସ୍ତାରେ ଆସି ପହଞ୍ଚି ଥିଲା। ସ୍ଥାନୀୟ ଲୋକମାନେ ତୁରନ୍ତ ବନ ବିଭାଗକୁ ଖବର ଦେଇ ଥିଲେ, କିନ୍ତୁ ବନ କର୍ମଚାରୀମାନେ ପହଞ୍ଚିବା ପୂର୍ବେ ହାତୀଟି ଡିଜେଲ କଲୋନି ରେଳ ଫାଟକ ଅତିକ୍ରମ କରି ବନ୍ଧମୁଣ୍ଡା ରେଳବାଇ ୟାର୍ଡକୁ ଯାଇ ପହଞ୍ଚିଥିଲା।ସେଠାରେ ପ୍ରାୟ ତିନିଟା ସମୟରେ ୭୯ ବର୍ଷ ବୟସ୍କା ବୃଦ୍ଧା ପୂର୍ଣ୍ଣିମା ଦାସ୍ତିଆ ନିଜ ଘର ସାମ୍ନାରେ ଫୁଲ ତୋଳୁଥିଲେ। ଏହି ସମୟରେ ଅଚାନକ ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ ଜୋରରେ କଚାଡ଼ି ଦେଇଥିଲା। ଯାହା ଯୋଗୁଁ ଉକ୍ତ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହେଇ ଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking