ଭଦ୍ରକ: ଭଦ୍ରକ ବାସୁଦେବପୁର ବ୍ଲକ ଅରଣ୍ଡୁଆ ମଲିକ ସାହିରେ ଅଘଟଣ । ପୋଖରୀରେ ବୁଡି ୨ ଝିଅଙ୍କ ମୃତ୍ୟୁ । ମୃତକ ହେଲେ ସେହି ଗାଁର ସତ୍ୟବ୍ରତ ବାରିକଙ୍କ ୧୧ ବର୍ଷ ର ଝିଅ ତପଦୀପା ବାରିକ ଓ ବିଜୟ ବାରିକଙ୍କ ଝିଅ ଅନ୍ନପୂର୍ଣ୍ଣା ବାରିକ । ଆଜି ସକାଳେ ଚାରି ପାଞ୍ଚ ଜଣ ସାଙ୍ଗ ହୋଇ ନିକଟସ୍ଥ ପୋଖରୀ ନିକଟକୁ ଖେଳିବାକୁ ଯାଇଥିଲେ । ହେଲେ ଅସାବଧାନତା କାରଣରୁ ପ୍ରୋକୀରେ ଜଣେ ପଡିଯାଇଥିଲେ । ଫଳରେ ଆଉ ଜଣେ ସାଙ୍ଗ ତାକୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ପଡିଯାଇଥିଲେ । ସ୍ଥାନୀୟ ଲୋକେ ଏସବୁ ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ସ୍ଥାନୀୟ ଲେକେ ଯାଇ ଦେଖିଲା ବେଳକୁ ପୋଖରୀରେ ଜଣକୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲେ । ଆଉ ଗୋଟିଏ ଝିଅକୁ ବହୁ ଖୋଜା ଖୋଜି କରିଥିଲେ । ନମିଳିବାରୁ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଅନ୍ୟ ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।










