ଭୁବନେଶ୍ୱର: ୨ ଗଂଜେଇ ମାଫିଆଙ୍କୁ ୨୦ ବର୍ଷ ଜେଲ୍ ଓ ଲକ୍ଷେ ଜରିମାନା। ଜରିମାନା ଅନାଦେୟ ହେଲେ ଅତିରିକ୍ତ ବର୍ଷେ ଜେଲ୍ ଦଣ୍ଡ ଘୋଷଣା କରାଯାଇଛି। ଅନିଲ୍ କୁମାର ଓ ଗଣେଶ ଶାହଙ୍କୁ କାରାଦଣ୍ଡାଦେଶ ଓ ଜରିମାନାଘୋଷଣା କରାଯାଇଛି। ଉଭୟଙ୍କୁ ଦଣ୍ଡାଦେଶ ଶୁଣାଇଲେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ସେସନ୍ସ କୋର୍ଟ। ୨୦୨୨ରେ ଉଭୟଙ୍କୁଠାରୁ ୮୧୧ କେଜି ଗଂଜେଇ ଜବତ ହୋଇଥିଲା। ଏନ୍ଏଚ୍ ୧୬ ଖୋର୍ଦ୍ଧା ଗୋହିରିଆ ଛକରୁ ଗିରଫ କରିଥିଲା ଏସ୍ଟିଏଫ୍।










