25.1 C
Bhubaneswar
Wednesday, March 25, 2026
Homeଓଡିଶାଦିନକରେ ୨ ହାତୀ ମୃତ

ଦିନକରେ ୨ ହାତୀ ମୃତ

ଭୁବନେଶ୍ୱର: ଶନିବାର ଦିନରେ ୨ଟି ହାତୀର ମୃତ୍ୟୁ ହୋଇଛି। ଭୁବନେଶ୍ୱରସ୍ଥିତ ଚନ୍ଦକା ଜଙ୍ଗଲ ଓ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ସାରମୂଳା ସଂରକ୍ଷିତ ଜଙ୍ଗଲର ବେତନାଶିଆ ଗାଁମୁଣ୍ଡରେ ଗୋଟିଏ ଲେଖାଏଁ ହାତୀର ମୃତ୍ୟୁ ହୋଇଛି। ଚନ୍ଦକା ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଏକ ହାତୀର ମୃତ୍ୟୁ ହୋଇଛି। ଦାରୁଠେଙ୍ଗ ଭୁଆସୁଣୀ ମୌଜା ବରବାରି କାଢୁବାରି ଜଙ୍ଗଲ କଡ଼ରୁ ଅସୁସ୍ଥ ଅବସ୍ଥାରେ ପଡ଼ିଥିବା ଏକ ମାକେନା ହାତୀକୁ ଶୁକ୍ରବାର ସକାଳେ ଚନ୍ଦକା ବନବିଭାଗ ଠାବ କରିଥିଲେ। ପରେ ନନ୍ଦନକାନନର ଏକ ଡାକ୍ତରୀ ଦଳଙ୍କୁ ଡାକି ପ୍ରାଥମିକ ପର୍ଯ୍ୟାୟ ଚିକିତ୍ସା ଆରମ୍ଭ କରିଥିଲେ। ଡାକ୍ତରୀ ଦଳ ହାତୀକୁ ଆଣ୍ଟିବାୟୋଟିକ ଔଷଧ ଓ ସାଲାଇନ ଦେଇଥିଲେ। ପରେ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ପରେ ଅପରାହ୍ନ ୪ଟା ସୁଦ୍ଧା ହାତୀର ଚେତା ଫେରିବା ସହ ହାତୀ ତଳୁ ଉଠି କିଛି ବାଟ ପଯ୍ୟନ୍ତ ଚାଲିଚାଲି ଯାଇଥିଲା । ହାତୀ ଉଠିବା ପରେ ତା’ର ଗତିବିଧି ଉପରେ ବନବିଭାଗ ନଜରରଖିଥିଲେ। କିନ୍ତୁ ଶନିବାର ସକାଳୁ ହାତୀଟିର ମୃତଦେହ ଉଦ୍ଧାର ହୋଇଛି। ସେହିପରି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ସାରମୂଳା ସଂରକ୍ଷିତ ଜଙ୍ଗଲର ବେତନାଶିଆ ଗାଁମୁଣ୍ଡରେ ଦନ୍ତା ହାତୀର ମୃତ୍ୟୁ ହୋଇଛି। ମୃତ ଦନ୍ତାର ବୟସ ପ୍ରାୟ ୮ ରୁ ୧୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ହାତୀଟିର ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀଙ୍କ ସହ ରେଞ୍ଜର ଏବଂ ଡିଏଫ୍‌ଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହାତୀର ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking