25.9 C
Bhubaneswar
Monday, April 6, 2026
Homeଓଡିଶାନଦୀକୁ ଗାଧୋଇକୁ ଯାଇ ପାଣିରେ ବୁଡ଼ି ଦୁଇ ମୃତ

ନଦୀକୁ ଗାଧୋଇକୁ ଯାଇ ପାଣିରେ ବୁଡ଼ି ଦୁଇ ମୃତ

ଭବାନୀପାଟଣା: ନଦୀକୁ ଗାଧୋଇକୁ ଯାଇ ପାଣିରେ ବୁଡ଼ି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ସେମାନେ ହେଲେ ନର୍ଲା ବ୍ଲକ ଅନ୍ତର୍ଗତ ବିଲାଟ ଗାଁର ନେନା ଦୁର୍ଗା (୧୯) ଏବଂ ରିଙ୍କି ହରିଜନ (୧୬)। ଆଜି ସକାଳେ ଗାଁ ନିକଟସ୍ଥ ସାନ୍ଦୁଲ ନଦୀକୁ ଗାଧୋଇକୁ ଯାଇ ନଦୀରେ ବୁଡ଼ି ଯାଇଥିଲେ। ଖବର ପାଇଁ ନର୍ଲା ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ନଦୀରୁ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି। ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking