ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ବଣାଇରେ ସାପକାମୁଡାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ବଣାଇଥାନା କଟୁରୀଧୂଆ ଗାଁରେ ନାବାଳିକାର ମୃତ୍ୟୁ ହୋଇଛି । ବଣାଇ ଥାନା ନରେନ୍ଦ୍ର ଗାଁରେ ସର୍ପାଘାତରେ ଯୁବକଙ୍କ ମୃତ୍ୟୁ ହୋଇଛି । ପରିବାର ଲୋକେ ଉଭୟଙ୍କୁ ବଣାଇ ହସ୍ପିଟାଲକୁ ନେଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ପ୍ରବଳ ଲାଗି ରହିଥିବା ବେଳେ କିଛି କିଛି ଜିଲ୍ଲାରେ ବନ୍ୟା ଭଳି ପରିସ୍ଥିତି ଉପୁଜିଛି । ଘରେ ଭିତରେ ପାଣି ପଶି , ରାସ୍ତାରେ ଆଣଣ୍ଠୁଏ ପାଣି ଜମି ରହି ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।