22.1 C
Bhubaneswar
Friday, December 5, 2025
Homeଦେଶ ବିଦେଶସଡକ ଦୁର୍ଘଟଣାରେ ୨ ମୃତ

ସଡକ ଦୁର୍ଘଟଣାରେ ୨ ମୃତ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା । ରାସ୍ତା କଡରେ ଛିଡା ହୋଇଥିବା ଟ୍ରାକ୍ଟର – ଟ୍ରଲିକୁ ଏକ ଟ୍ରକ ଧକ୍କା ଦେଇଛି । ଏହା ଦୁର୍ଘଟଣାରେ ଜଣେ ନାବାଳକ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଛଅ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ ରାଜଗଡ ଥାନା ଅଞ୍ଚଳର ଭାବା ବଜାର ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ ପରିବାର ଏକ ନିର୍ବନ୍ଧ ଉତ୍ସବରେ ଯୋଗ ଦେଇ ସୋନଭଦ୍ରରୁ ଫେରୁଥିବା ବେଳେ ରାସ୍ତା କଡରେ ବିଶ୍ରାମ ନେବା ପାଇଁ ଟ୍ରାକ୍ଟର ଟ୍ରଲିକୁ ରଖିଥିଲେ । ସେହି ସମୟରେ ଏକ ଗ୍ରୁତ ଗାମୀ ଟ୍ରକ ଆସି ରାସ୍ତା କଡରେ ଠିଆ ହୋଇଥିବା ଟ୍ରଲିକୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋର ଥିଲା ଯେ ଗାଡିଟି ଓଲଟି ପଡିଥିଲା । ଫଳରେ ଗାଡି ଭିତରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଛଅ ଜଣ ଗୁରୁତର ଆହତ ହୋଇଥିଲେ । ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ପଳାଇଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ମୃତଦେହକୁ ହେପାଜତକୁ ନେଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଧକ୍କା ଦେଇଥିବା ଟ୍ରକ ଏବଂ ଟ୍ରକ ଡ୍ରାଇଭରଙ୍କୁ ଖୋଜିବା ସହ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking