16.1 C
Bhubaneswar
Sunday, December 7, 2025
Homeଓଡିଶାବଜ୍ରାଘାତରେ ୨ ମୃତ

ବଜ୍ରାଘାତରେ ୨ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ରାଇପୀତାମ୍ବର ଗାଁରେ ବଜ୍ରାଘାତରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ହେଉଛନ୍ତି ରାଇପୀତାମ୍ବର ଗାଁର ବସନ୍ତ ଦାସ ଓ ନରେନ୍ଦ୍ର ବିଶ୍ୱାଳ । ଆହତ ଜଣଙ୍କ ହେଉଛନ୍ତି ସେହି ଗାଁର ସୁରେନ୍ଦ୍ର ସାହୁ ଏମାନେ ଆଜି ଅପରାହ୍ଣରେ ବିଲକୁ କାମ କରିବାକୁ ଯାଇଥିଲେ ।

ତେବେ ସେହି ସମୟରେ ପ୍ରବଳ ଘଡ଼ଘଡ଼ି ସହିତ ବିଜୁଳି ମାରିଥିଲା । ଆଉ ସେଥିରେ ବସନ୍ତ ଓ ନରେନ୍ଦ୍ରଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ପରିବାର ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ସେଠାରେ ବସନ୍ତ ଦାସ ଓ ନରେନ୍ଦ୍ର ବିଶ୍ୱାଳଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ସୁରେନ୍ଦ୍ର ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking