ଗଞ୍ଜାମ: ରାସ୍ତାକଡ ପୋଖରୀରେ ପଶିଗଲା କାର ।ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗଙ୍ଗାପୁର ନିକଟ ପୋଖରୀରେ ଏଭଳି ଅଘଟଣ ଘଟିଛି । ମୃତକ ହେଉଛନ୍ତି , ଚିଙ୍ଗୁଡିଘାଇର ନୀଳାଞ୍ଚଳ ମହାପାତ୍ର, ପୋଲସରାର ସନ୍ତୋଷ ମହାପାତ୍ର। କାରଟି ଗଙ୍ଗାପୁର ଇଟାଭାଟିରୁ ଚିଙ୍ଗୁଡିଘାଇ ଯିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି।ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି ।










