19.1 C
Bhubaneswar
Tuesday, January 13, 2026
Homeଓଡିଶାମହାନଦୀରେ ବୁଡ଼ି ୨ ମୃତ

ମହାନଦୀରେ ବୁଡ଼ି ୨ ମୃତ

କଟକ: ମହାନଦୀରେ ପୁଣି ଅଘଟଣ ଘଟିଛି। ଯୋବ୍ରା ଆନିକଟ ନିକଟରେ ଆଜି ଅପରାହ୍ଣରେ ୨ ଜଣ ବୁଡ଼ିଯାଇଛନ୍ତି। ଅନ୍ୟଜଣକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ସାଈ ବେହେରା ଓ ପିକୁନ ଜେନା। ସୂଚନା ଅନୁସାରେ କଟକର ମହାନଦୀର ଯୋବ୍ରା ଆନିକଟ ନିକଟକୁ ନଦୀକୂଳସାହିର ସାଈ ଓ ପିକୁନଙ୍କ ସମେତ ଅନ୍ୟ କିଛି ପିଲା ଗାଧୋଇବାକୁ ଯାଇଥିଲେ।

ଅସାବଧାନତା ଯୋଗୁଁ ଏଥିରୁ ସାଈ ଓ ପିକୁନଙ୍କ ସମେତ ୩ ଜଣ ପିଲା ଭାସିଯାଇଥିଲେ। କୂଳକୁ ଆସିବା ପାଇଁ ବହୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ। ପିଲମାନେ ବୁଡ଼ି ଯାଉଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଞ୍ଚି ଥିଲା। ତିନି ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲା। ସେଠାରେ ସାଈ ବେହେରା ଓ ପିକୁନ ଜେନାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଚାଉଳିଆଗଂଜ ସହକାରୀ ଅଗ୍ନିଶମ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ମହାନଦୀରେ ବୁଡ଼ିଯାଇଥିବା ପିଲାମାନଙ୍କୁ ଉଦ୍ଧାର କରିବାରେ ପ୍ରାୟ ୧ ଘଣ୍ଟା ବିଳମ୍ବ ହୋଇ ଯାଇଥିଲା। ସେମାନଙ୍କୁ ସ୍କ୍ୟୁବା ଓ ବୋଟରେ ଉଦ୍ଧାର କରାଯାଇଥିଲା। ପ୍ରଥମେ ୨ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଯୋଗୁଁ ୨ ଜଣଙ୍କ ମୃତ୍ୟୁ ଘଟିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking