ଭୁବନେଶ୍ୱର: ଆସନ୍ତା ୨୧ ତାରିଖ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା ଅଛି । ଆସନ୍ତା ତିନି ଦିନ ଯାଏ ପୂରା ରାଜ୍ୟରେ ଦିନବେଳା ପାଗ କୋହଲା ରହିବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ଆଜି କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ୨୧ ତାରିଖରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁରରେ ବର୍ଷା ସମ୍ଭାବନା ଅଛି । । ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୩ରୁ ୪ଡିଗ୍ରୀ ସେଲସିୟସ୍ ବଢ଼ିଛି । ଜି ଉଦୟଗିରି ସବୁଠୁ ଥଣ୍ଡା ପାଲଟିଥିଲା । ଏଠାରେ ପାରଦ ୪.୭ ଡିଗ୍ରୀ ରେକର୍ଡ କରାଯାଇଥିଲା । କିନ୍ତୁ ଗତ ୨୪ ଘଣ୍ଟାରେ ଏଠାରେ ପାରଦ ୯.୬ ଡିଗ୍ରୀ ରହିଛି । ଦିନକରେ ପାରଦ ପ୍ରାୟ ୫ ଡିଗ୍ରୀ ବଢ଼ିଯାଇଛି। ଶୀତ ଆହୁରି କମିପାରେ ବୋଲି ପାଣିପାଗ ବିଶେଷଜ୍ଞ ଶରତ ସାହୁ ଆକଳନ କରିଛନ୍ତି। ୨୧ତାରିଖ ଯାଏ ବର୍ଷା ହେବ । ୨୦ ତାରିଖରେ କିଛି ସ୍ଥାନରେ ଭାରୀ ବର୍ଷା ହୋଇପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି । ସେହିଭଳି ରାତି ତାପମାତ୍ରା ୨୧ ତାରିଖ ଯାଏ ବଢ଼ିବ ବୋଲି ସେ କହିଛନ୍ତି ।