17.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶମିଥୁନ୍‌ଙ୍କ ବିରୋଧରେ ୨ ଅପରାଧିକ ମାମଲା

ମିଥୁନ୍‌ଙ୍କ ବିରୋଧରେ ୨ ଅପରାଧିକ ମାମଲା

କୋଲାକତା: ବଲିଉଡ୍‌ର ଅନ୍ୟତମ ଭେଟେରାନ୍ ଅଭିନେତା ତଥା ଦାଦାସାହେବ ଫାଲ୍‌କେ ସମ୍ମାନରେ ସମ୍ମାନିତ ମିଥୁନ୍ ଚକ୍ରବର୍ତ୍ତୀଙ୍କ ବିରୋଧରେ ୨ଟି ଅପରାଧିକ ମାମଲା ରୁଜୁ ହୋଇଛି। କିଛି ଦିନ ପୂର୍ବେ ପଶ୍ଚିମବଙ୍ଗରେ ଆୟୋଜିତ ଏକ ରାଜନୈତିକ କାର୍ଯ୍ୟକ୍ରମ ଅବସରରେ ମିଥୁନ୍ ଏବେ ଉତ୍ତେଜନାପୂର୍ଣ୍ଣ ତଥା ହିଂସା ଉଦ୍ରେକକାରୀ ଭାଷଣ ଦେଇଥିôଲେ। ଅକ୍ଟୋବର ୨୭ରେ ବିଜେପିର ସଦସ୍ୟତା ଗ୍ରହଣ ପାଇଁ ଆୟୋଜିତ ଉତ୍ସବରେ ମିଥୁନ୍ ଯୋଗଦେଇଥିବା ବେଳେ ନିଜ ଭାଷଣରେ କହିଥିଲେ ଯେ, “ପଶ୍ଚିମବଙ୍ଗରେ କ୍ଷମତାକୁ ଆସିବା ନିମନ୍ତେ ବିଜେପି ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ପ୍ରସ୍ତୁତ ରହିଛି। ଏହି ପ୍ରସଙ୍ଗରେ ମିଥୁନ୍ ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ହୁମାୟୁନ କବିରଙ୍କ ମନ୍ତବ୍ୟ ସମ୍ପର୍କରେ ଉଲ୍ଲେଖ କରିବାକୁ ଯାଇ କହିଥିଲେ ଯେ, “ଯଦି ଜଣେ ବି ହିନ୍ଦୁର ରକ୍ତ ବୁହେ ତେବେ ସମସ୍ତଙ୍କୁ କାଟିଦିଆଯିବ। ଆମେ ତୁମକୁ ଭାଗୀରଥି ନଦୀରେ ଫୋପାଡିବୁ ନାହିଁ, ବରଂ ନଦୀକୂଳରେ ତୁମମାନଙ୍କୁ କବର ଦେଇଦେବୁ।” ବାସ୍ତବରେ ଗତ ଲୋକସଭା ନିର୍ବାଚନ ପୂର୍ବରୁ କବିର ଏକ ସଭାରେ କହିଥିଲେ ଯେ “ପଶ୍ଚିମବଙ୍ଗରେ ହିନ୍ଦୁମାନେ ଯଦି ଭାବୁଥାନ୍ତି ସେମାନେ ଆମର ମସ୍‌ଜିଦ୍‌ଗୁଡିକୁ ଭାଙ୍ଗିବେ ଆଉ ମୁସଲମାନମାନେ ହାତବାନ୍ଧି ଘରେ ବସିରହିବେ। ମସଜିଦ୍ ଭାଙ୍ଗିବାକୁ ଚେଷ୍ଟା କରୁଥିବା ହିନ୍ଦୁଙ୍କୁ କାଟି ଦିଆଯିବ ଏବଂ ଭାଗୀରଥି ନଦୀରେ ମୃତଦେହକୁ ଫିଙ୍ଗିଦିଆଯିବ।” କବିରଙ୍କ ମନ୍ତବ୍ୟର ଜବାବରେ ମିଥୁନ୍ ମଧ୍ୟ ଭଡକାଉ ମନ୍ତବ୍ୟ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking