29.1 C
Bhubaneswar
Monday, March 23, 2026
Homeଓଡିଶାବୋଲେରୋ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ

ବୋଲେରୋ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ

ଜୟପୁର: ବାଇକକୁ ଧକ୍କା ଦେଲା ବୋଲେରୋ । ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ । ଜୟପୁର ପାତ୍ରପୁଟ ଥୋଡରିପୁରେ ଘଟିଛି ଏହି ଦୁର୍ଘଟଣା । ମୃତକମାନେ ହେଲେ ଜୟପୁର ଗଡିଆ ଧୋବା ସାହିର ଲାଲୁ ଖରା ଓ ପିତୁ ଜାନି । ସୂଚନା ଅନୁସାରେ ବିଳମ୍ବିତ ରାତିରେ ବାଇକକୁ ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ପହଞ୍ଚି ଜୟପୁର ସଦର ପୋଲିସ ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ପାଇଁ ମୃତକଙ୍କୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟାଳୟ ସ୍ଥାନାନ୍ତର କରାଯାଇଛି । ସେହିପରି ନରସିଂହପୁର ବ୍ଲକ ଚମ୍ପେଶ୍ୱର କଲେଜ ରୋଡ ନିକଟରେ ବସ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଚମ୍ପେଶ୍ୱର ବଜାରର ନିରଞ୍ଜନ ନିରଞ୍ଜନ ରାଉଳ ବୋଲି ଜଣାପଡିଛି । ସାଇକେଲ ଯୋଗେ ଯାଉଥିବା ବେଳେ ଏକ ଘରୋଇ ବସ ପଛରୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରୁ ବସଟି ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଛି । ପ୍ରତିବାଦରେ ବଡମ୍ବା- ନରସିଂହପୁର ମୁଖ୍ୟ ରାସ୍ତା ଅବରୋଧ କରାଯାଇଛି । କାନପୁର ପୋଲିସ ପହଞ୍ଚି ବୁଝାସୁଝା କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking