28.1 C
Bhubaneswar
Sunday, September 29, 2024
Homeଓଡିଶା୨ ବାଇକ ମୁହାଁମୁହିଁ ଧକ୍କା : ୧ ମୃତ, ୨ ଗୁରୁତର

୨ ବାଇକ ମୁହାଁମୁହିଁ ଧକ୍କା : ୧ ମୃତ, ୨ ଗୁରୁତର

ପାରାଦୀପ : ୨ ବାଇକ ମୁହାଁମୁହିଁ ଧକ୍କା । ପାରାଦୀପରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ଜଣଙ୍କର ମୃତ୍ୟୁ ହେବା ସହିତ ଦୁଇଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଗୋଟେ ବାଇକରେ ଦୁଇ ଜଣ ନେହେରୁବଙ୍ଗଳା ଦେଇ ଯାଉଥିବା ସମୟରେ ଅନ୍ୟପଟୁ ଆସୁଥିବା ବାଇକ ସହ ଧକ୍କା ହୋଇଥିଲା । ଯାହାଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହେବା ସହିତ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ଦୁଇ ଜଣ ଗୁରୁତରଙ୍କୁ ଅଠରବାଙ୍କି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ପଠାଯାଇଥିଲା । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ ଜାରି କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking