16.1 C
Bhubaneswar
Monday, February 9, 2026
Homeଓଡିଶାଆନ୍ତଃରାଜ୍ୟ ନକଲି ଟଙ୍କା ରାକେଟରେ ୨ ଗିରଫ

ଆନ୍ତଃରାଜ୍ୟ ନକଲି ଟଙ୍କା ରାକେଟରେ ୨ ଗିରଫ

ଭଦ୍ରକ: ଦେଉଳାପାଳ ଗାଁରେ ନକଲି ଟଙ୍କା ଦେଇ ସାମଗ୍ରୀ କିଣିବା ସମୟରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଧରାପଡ଼ିଥିବା ଯୁବକଙ୍କୁ ମାନସ ସାହୁ ଭାବେ ଚିହ୍ନଟ କରାଯାଇଛି। ମାନସଙ୍କୁ ଗିରଫ କରିବା ପରେ ନକଲି ଟଙ୍କା ରାକେଟର ପର୍ଦ୍ଦାଫାଶ୍ ହୋଇଛି। ତାଙ୍କୁ ଗିରଫ କରିବା ପରେ ପୁଲିସ ୭,୧୦୦ ଟଙ୍କା ମୂଲ୍ୟର ନକଲି ନୋଟ୍ ଜବତ କରିଛି। ଅଧିକ ପଚରାଉଚରା ପରେ ଏହି ଅପରେସନର ମାଷ୍ଟରମାଇଣ୍ଡ ଯାଜପୁର ଜିଲ୍ଲାର ଜଣେ କୁଖ୍ୟାତ ଅପରାଧୀ ଚନ୍ଦ୍ରମଣି ଓରଫ ଚନ୍ଦନ ବଳଙ୍କ ବିଷୟରେ ଜଣାପଡିଥିଲା। ଏହି ଗୁପ୍ତ ସୂଚନା ଆଧାରରେ ପୁଲିସ ତାଙ୍କ ବାସଭବନରେ ଚଢାଉ କରିଥିଲା। ତାଙ୍କୁ ଗିରଫ କରାଯିବା ସହ ୨.୭୨ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking