31.1 C
Bhubaneswar
Wednesday, March 25, 2026
Homeଓଡିଶାଆସନ୍ତାକାଲିଠୁ +୨ ଖାତାଦେଖା

ଆସନ୍ତାକାଲିଠୁ +୨ ଖାତାଦେଖା

ଭୁବନେଶ୍ୱର: ଆସନ୍ତାକାଲିଠୁ +୨ ଖାତାଦେଖା ଆରମ୍ଭ ହେବ। ତେବେ ମେ’ ୧୫ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି। ଖରାକୁ ଦୃଷ୍ଟିରେ ରଖି ଦୁଇଟି ସିଫ୍ଟରେ ଖାତା ଦେଖା ହେବ ବୋଲି ସେ କହିଛନ୍ତି। ଅତ୍ୟଧିକ ଖରା ଓ ମୂଲ୍ୟାଙ୍କନ କେନ୍ଦ୍ରର ଦୂରତା ଯୋଗୁ ଅନେକ ଶିକ୍ଷୟିତ୍ରୀଶିକ୍ଷକ ଖାତା ଦେଖିବାକୁ ଆସିବା ବେଳେ ସମସ୍ୟାରେ ପଡିପାରନ୍ତି। ଯାହାକୁ ଦୃଷ୍ଟିରେ ରଖି ମୂଲ୍ୟାଙ୍କନ କେନ୍ଦ୍ର ବଢାଯାଇଛି । ଖାତା ଦେଖା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୮ ହଜାର ଶିକ୍ଷୟିତ୍ରୀଶିକ୍ଷକ ନିଯୁକ୍ତି ହୋଇଛନ୍ତି।

ଏକଜାମିନରଙ୍କ ସୁବିଧା ଦୃଷ୍ଟିରୁ ସେମାନଙ୍କୁ ନିଜ ଜିଲାରେ ହୋଇଥିବା ମୂଲ୍ୟାଙ୍କନ କେନ୍ଦ୍ରରେ ଖାତା ଦେଖିବା ପାଇଁ ନିୟୋଜିତ କରାଯାଇଛି। ଏଥିସହିତ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଏଥର ମାଲ ପ୍ରାକ୍ଟିସ ବା ଏମପିରେ ବୁକ ହୋଇଥିବା ଛାତ୍ରୀଛାତ୍ରଙ୍କୁ ଦିଆଯିବ ବଡ଼ ଆଶ୍ୱସ୍ତି। କୌଣସି ଭୁଲ ନ ଥାଇ ତ୍ରୁଟିପୂର୍ଣ୍ଣ ଭାବେ ଏମପିରେ ବୁକ ହୋଇଥିଲେ ସେମାନଙ୍କ ପରୀକ୍ଷା ଫଳ ସାଧାରଣ ପରୀକ୍ଷାର୍ଥୀଙ୍କ ସହ ଏକାସାଙ୍ଗରେ ପ୍ରକାଶ ପାଇବ। କାଉନସିଲ ଦ୍ୱାରା ଗଠିତ ସ୍ୱତନ୍ତ୍ର କମିଟିର ଯାଞ୍ଚରେ ଏମପିରେ ବୁକ ହୋଇଥିବା ଛାତ୍ରୀଛାତ୍ର ନିଜର ପକ୍ଷ ରଖିବେ। ଏକସଙ୍ଗେ କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ରେଜଲ୍ଟ ବାହାରିବ। ୩ ଲକ୍ଷ ୯୩ ହଜାର ୬୧୬ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ଏକସଙ୍ଗେ ବାହାରିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking