28.1 C
Bhubaneswar
Monday, March 31, 2025
Homeଓଡିଶାଏପ୍ରିଲ୍ ୨ରୁ +୨ ଖାତାଦେଖା

ଏପ୍ରିଲ୍ ୨ରୁ +୨ ଖାତାଦେଖା

ଭୁବନେଶ୍ୱର : ମେ’ ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଶିକ୍ଷା ପରିଷଦର ସୂଚନା ଅନୁଯାୟୀ, ଏପ୍ରିଲ ୨ ତାରିଖରୁ ୧୪ ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟ ଖାତାଦେଖା ଆରମ୍ଭ ହେବ । ସେହିଭଳି ଏପ୍ରିଲ ୧୬ ତାରିଖରୁ ୨୮ ତାରିଖ ଯାଏଁ ଦ୍ୱିତୀୟ ପର୍ଯ୍ୟୟ ଖାତାଦେଖା ଅନୁଷ୍ଠିତ ହେବ। ଖାତାଦେଖା ପାଇଁ ମୋଟ୍ ୧୪୮ଟି କେନ୍ଦ୍ର କରାଯାଇଛି । ସଥିମଧ୍ୟରୁ ୭୮ଟି ଅଫଲାଇନ୍ରେ ଏବଂ ୭୦ଟି ଅନଲାଇନ୍ କେନ୍ଦ୍ର କରାଯାଇଛି । ୧୬ ହଜାର ଅଧ୍ୟାପକ ଖାତା ମୂଲ୍ୟାଙ୍କନ କରିବେ । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଚଳିତ ବର୍ଷ ୩ ଲକ୍ଷ ୯୩ ହଜାର ୬୧୮ ଜଣ ପରୀକ୍ଷାର୍ଥୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି । ପରୀକ୍ଷା ଶେଷ ହୋଇଯାଇଥିବାରୁ ଏହାର ଫଳ ପ୍ରକାଶନ ପାଇଁ ସିଏଚ୍‌ଏସ୍‌ଇ ଖାତା ଦେଖିବା ନେଇ ପ୍ରସ୍ତୁତି ଆରମ୍ଭ କରିଛି । ଆସନ୍ତା ମେ’ ୧୫ ତାରିଖ ସୁଦ୍ଧା ସଠିକ୍ ସମୟରେ ପରୀକ୍ଷା ଫଳ ବାହାରିବ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking