ଭୁବନେଶ୍ୱର: ଏଣିକି ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଗୋଟିଏ ବୋର୍ଡରେ ଚାଲିବ । ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ଶିକ୍ଷା ପରିଷଦ ମିଶି ଗୋଟିଏ ବୋର୍ଡ ହେବ । ଛାତ୍ର ଓ ଶିକ୍ଷକଙ୍କ ଯାହା ସମସ୍ୟା ଥିବ ତାକୁ ସମାଧାନ କରିବ ଏହି ବୋର୍ଡ ।










