15.1 C
Bhubaneswar
Tuesday, January 13, 2026
Homeଓଡିଶାପ୍ରଥମ ଟି - ୨୦: ବ୍ୟାଟିଂ କରିବ ଭାରତ

ପ୍ରଥମ ଟି – ୨୦: ବ୍ୟାଟିଂ କରିବ ଭାରତ

କଟକ: ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ପ୍ରଥମ ମ୍ୟାଚ ବାରବାଟୀରେ ଆରମ୍ଭ ହୋଇଯାଇଛି। ବାରବାଟୀରେ ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା । ଟସ୍‌ ଜିତି ଫିଲ୍ଡିଂ ନେଲା ଦକ୍ଷିଣ ଆଫ୍ରିକା । ବ୍ୟାଟିଂ କରିବ ଭାରତ । ପଛରେ ବୋଲିଂ କରିବା ଭାରତ ପାଇଁ ଚ୍ୟାଲେଞ୍ଜ୍‌ । ଭାରତୀୟ ଦଳର ନେତୃତ୍ବ ନେଇଛନ୍ତି ଯୁବ କ୍ରିକେଟର ସୂର୍ଯ୍ୟକୁମାର ଯାଦବ। ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ ପାଇଁ ବାରବାଟୀ ଷ୍ଟାଡିୟମର ଗ୍ୟାଲେରିଗୁଡ଼ିକରେ ଦର୍ଶକମାନେ ପ୍ରବଳ ଉତ୍ସାହିତ ଦେଖାଯାଇଛନ୍ତି। ଅପରାହ୍‌ଣ ୪ଟାରେ ବାରବାଟୀ ଷ୍ଟାଡିୟମର ଗେଟ୍‌ଗୁଡ଼ିକ ଖୋଲି ଦିଆଯିବା ପରେ ଦର୍ଶକମାନେ ହର୍ଷୋଲ୍ଲାସିତ ଦେଖାଯାଇଥିଲେ।  ଦର୍ଶକମାନଙ୍କୁ ଶୃଙ୍ଖଳିତ ଭାବେ ଲାଇନ୍‌ରେ ରଖି ଷ୍ଟାଡିୟମ ଭିତରକୁ ଛଡ଼ାଯାଇଥିଲା। ଦର୍ଶକଙ୍କ ଟିକେଟ୍‌ ଅନୁଯାୟୀ ସେମାନଙ୍କୁ ନିର୍ଦ୍ଧାରିତ ଗ୍ୟାଲେରିରେ ପ୍ରବେଶ ଦିଆଯାଇଛି। ଚୂଡ଼ାନ୍ତ ଏକାଦଶରେ ନାହାନ୍ତି ସାମସନ, ଜିତେଶ ଶର୍ମା ଖେଳିବେ। ବୁମ୍‌ରା, ଅର୍ଶଦୀପ, ବରୁଣ, ଅକ୍ଷର ବୋଲିଂ ସମ୍ଭାଳିବେ। ଅଲରାଉଣ୍ଡର ଦାୟିତ୍ବ ତୁଲାଇବେ ପାଣ୍ଡ୍ୟା, ଦୁବେ। ଓପନ୍‌ କରିବେ ଅଭିଷେକ ଶର୍ମା ଓ ଶୁବମନ ଗିଲ୍‌। ଅଧିନାୟକ ସୂର୍ଯ୍ୟଙ୍କ ସହ ତିଲକ ବର୍ମା ଟପ ଅର୍ଡରରେ ଖେଳିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking