22.1 C
Bhubaneswar
Saturday, January 17, 2026
Homeଦେଶ ବିଦେଶ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲା; ଟାଇଟଲରଙ୍କ ବିରୋଧରେ ଚାର୍ଜଫ୍ରେମ୍ ପାଇଁ କୋର୍ଟ ନିର୍ଦ୍ଦେଶ

୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲା; ଟାଇଟଲରଙ୍କ ବିରୋଧରେ ଚାର୍ଜଫ୍ରେମ୍ ପାଇଁ କୋର୍ଟ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜଗଦ୍ଦୀଶ ଟାଇଟ୍‌ଲରଙ୍କ ବିରୋଧରେ ଚାର୍ଜଫ୍ରେମ କରିବାକୁ ଦିଲ୍ଲୀ ରାଉଜ୍ ଆଭେନ୍ୟୁ କୋର୍ଟ ଶୁକ୍ରବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି। ଜଗଦୀଶ ଟାଇଟଲରଙ୍କ ବିରୋଧରେ ହତ୍ୟା ଏବଂ ଅନ୍ୟାନ୍ୟ ଅପରାଧିକ ଅଭିଯୋଗ ହୋଇଥିବା ବେଳେ ଏସମସ୍ତ ଅପରାଧିକ କାର୍ଯ୍ୟକଳାପ ବିରୋଧରେ ଚାର୍ଜଫ୍ରେମ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଅକ୍ଟୋବର ୩୧, ୧୯୮୪ ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ତାଙ୍କ ଶିଖି ଅଙ୍ଗରକ୍ଷୀମାନେ ଗୁଳି କରି ହତ୍ୟା କରିଥିଲେ, ଏହି ଘଟଣା ପରେ ଦେଶର ବିଭିନ୍ନ ସ୍ଥାନରେ ଶିଖି ବିରୋଧୀ ଦଙ୍ଗା ଆରମ୍ଭ ହୋଇଥିଲା। ଏହି ସମୟରେ ଦିଲ୍ଲୀର ଆଜାଦ ମାର୍କେଟରେ ଅବସ୍ଥିତ ଗୁରୁଦ୍ୱାର ପୁଲ ବଙ୍ଗାଶରେ ଆନ୍ଦୋଳନକାରୀମାନେ ନିଆଁ ଲଗାଇ ଦେଇଥିଲେ। ଏଥିରେ ସର୍ଦ୍ଦାର ଠାକୁର ସିଂହ, ବାଦଲ ସିଂହ ଏବଂ ଗୁରୁଚର ସିଂହ ନାମକ ତିନି ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ଇନ୍ଦିରା ଗାନ୍ଧୀଙ୍କ ହତ୍ୟାର ପର ଦିନ ଅର୍ଥାତ୍ ନଭେମ୍ବର ୧, ୧୯୮୪ରେ ଏହି ଘଟଣା ଘଟିଥିଲା। ସେତେବେଳେ ଟାଇଟଲର ହିଁ ଆନ୍ଦୋଳନକାରୀଙ୍କୁ ଉତ୍ତେଜକ ଭାଷଣ ମାଧ୍ୟମରେ ଶିଖ୍ ସମ୍ପ୍ରଦାୟର ଲୋକଙ୍କ ବିରୋଧରେ ଭଡକାଇଥିବା ସିବିଆଇ ନିଜ ତଦନ୍ତ ରିପୋର୍ଟରେ ଉଲ୍ଲେଖ କରିଥିଲା। ଗୁରୁଦ୍ୱାରା ନିକଟରେ ଏକ ଧଳା ଆମ୍ବାସାଡର କାରରେ ପହଞ୍ଚି ଉତ୍ତ୍ୟକ୍ତ ଜନତାଙ୍କୁ ଟାଇଟଲର ‘ଶିଖ୍‌ମାନଙ୍କୁ ହତ୍ୟା କର, ସେମାନେ ଆମ ମା’କୁ ହତ୍ୟା କରିଛନ୍ତି’ ବୋଲି କହିଥିଲେ। ଏହାପରେ ହିଁ ନାରକୀୟ ହତ୍ୟାକାଣ୍ଡ ଆରମ୍ଭ ହୋଇଯାଇଥିଲା। ୨୦୨୩ ମେ ମାସରେ ସିବିଆଇ କୋର୍ଟରେ ଏନେଇ ଏକ ଅଭିଯୋଗଫର୍ଦ୍ଦ ମଧ୍ୟ ଦାଖଲ କରିଥିଲା। ସିବିଆଇ ତାଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୧୪୭ (ଦଙ୍ଗା), ୧୦୯ (ଉତ୍ତେଜନା) ଏବଂ ଧାରା ୩୦୨ (ହତ୍ୟା) ଅନୁଯାୟୀ ମାମଲା ଦାୟର କରିଥିଲା। ପ୍ରକାଶ, ଗତ ବର୍ଷ ଅଗଷ୍ଟରେ ଏହି ମାମଲାରେ ଟାଇଟଲରଙ୍କୁ ଏକ ସେଶନ କୋର୍ଟ କିଛି ସର୍ତ୍ତ ରଖି ଜାମିନ ପ୍ରଦାନ କରିଥିଲେ। ବର୍ତ୍ତମାନ ତାଙ୍କ ବିରୋଧରେ ହତ୍ୟା ଏବଂ ଅନ୍ୟାନ୍ୟ ଅପରାଧିକ ଅଭିଯୋଗ ଦାଖଲ କରିବାକୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଏବେ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking