17.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଅଂଶୁଘାତରେ ଗଲାଣି ୧୯୨ ଜୀବନ

ଅଂଶୁଘାତରେ ଗଲାଣି ୧୯୨ ଜୀବନ

ନୂଆଦିଲ୍ଲୀ : ପ୍ରଚଣ୍ଡ ଖରା, ପ୍ରବଳ ଗୁଳୁଗୁଳି। କିଛି ସ୍ଥାନରେ ତାପାମାତ୍ରା ୪୮ ଡିଗ୍ରୀ ଅତିକ୍ରମ କରିସାରିଛି। ହିଟ୍‌ ଷ୍ଟ୍ରୋକ୍‌ ଯୋଗୁଁ ଲୋକେ କ୍ରମାଗତ ଭାବେ ଅଂଶୁଘାତର ଶିକାର ହେଉଛନ୍ତି। ଏଭଳି ସ୍ଥିତିରେ ଘର ଛାଡ଼ି ରାସ୍ତାକଡ଼ରେ ରାତି କାଟୁଥିବା ଲୋକଙ୍କୁ ଅଧିକ ବିପଦ ମାଡ଼ିଆସୁଛି। ଏକ ରିପୋର୍ଟ ଅନୁସାରେ ଚଳିତ ଜୁନ୍‌ ୧୧ରୁ ୧୯ ତାରିଖ ମଧ୍ୟରେ ଦିଲ୍ଲୀରେ ଅଂଶୁଘାତ ଯୋଗୁଁ ୧୯୨ ଜଣଙ୍କର ମୃତ୍ୟୁ ହୋଇଛି। ଅଂଶୁଘାତ ଯୋଗୁଁ ଗୃହହୀନ ଲୋକଙ୍କ ଅଧିକ ଅସୁବିଧା ହେଉଛି। କାରଣ ସେମାନଙ୍କୁ ଅତିକମରେ ସୁବିଧା ମିଳିପାରେ ନାହିଁ। ସ୍ବାସ୍ଥ୍ୟ ସୁବିଧା, ଗରମରୁ ବର୍ତ୍ତିବା ପାଇଁ କୁଲର, ଏସି, ପଙ୍ଖା ନଥିବାରୁ ବାଧ୍ୟ ହୋଇ ରାସ୍ତାକଡ଼ରେ ଶୋଇଥାନ୍ତି। ଫଳରେ ହିଟ୍‌ଷ୍ଟ୍ରୋକ୍‌ ଓ ଡିହାଇଡ୍ରେସନ୍‌ର ସାମ୍ନା କରିବାକୁ ପଡ଼ିଥାଏ। ସରକାରୀ ବ୍ୟବସ୍ଥାରେ ନିର୍ମିତ ଆଶ୍ରୟ ଗୃହରେ ସମସ୍ତଙ୍କୁ ସ୍ଥାନ ମିଳିପାରି ନଥାଏ। ତେଣୁ ପରିବର୍ତ୍ତିତ ପାଣିପାଗର ଶିକାର ହୋଇଥାନ୍ତି ଗରିବ ଶ୍ରେଣୀର ଲୋକମାନେ। ମାତ୍ରାଧିକ ଥଣ୍ଡା ଓ ଗରମରେ ଏଭଳି ଗରିବ ଲୋକଙ୍କର ମୃତ୍ୟୁ ହୋଇଥାଏ। ସେଣ୍ଟର ଫର ହୋଲିଷ୍ଟିକ୍‌ ଡେଭଲପମେଣ୍ଟ ନାମକ ଏକ ଅଣ ସରକାରୀ ସଂଗଠନର କାର୍ଯ୍ୟକାରୀ ନିର୍ଦ୍ଦେଶକ ସୁନୀଲ କୁମାର ଏଲେଡିଆ କହିଛନ୍ତି, ଚଳିତ ମାସ ୧୧ରୁ ୧୯ ତାରିଖ ମଧ୍ୟରେ ଦିଲ୍ଲୀରେ ଭୀଷଣ ଅଂଶୁଘାତ ହୋଇଛି। ଏହି କାରଣରୁ ଗୃହହୀନ ୧୯୨ ଜଣଙ୍କର ମୃତ୍ୟୁ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking