17.1 C
Bhubaneswar
Sunday, December 21, 2025
Homeଅପରାଧ୧୯ ବର୍ଷୀୟା ଯୁବତୀଙ୍କୁ ୭ଦିନ ଧରି ଗଣଦୁଷ୍କର୍ମ

୧୯ ବର୍ଷୀୟା ଯୁବତୀଙ୍କୁ ୭ଦିନ ଧରି ଗଣଦୁଷ୍କର୍ମ

ବାରାଣସୀ: ବାରାଣସୀରୁ ଏକ ବଡ଼ ତଥା ଅତ୍ୟନ୍ତ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।ପାଣ୍ଡେପୁର ଲାଲପୁର ଥାନା ଅନ୍ତର୍ଗତ ଜଣେ ୧୯ ବର୍ଷୀୟା ଯୁବତୀ ଅଭିଯୋଗ କରିଛନ୍ତି ଯେ, ପ୍ରାୟ ୨୩ଜଣ ଯୁବକ ତାଙ୍କୁ ୭ ଦିନ ଧରି ଗଣଦୁଷ୍କର୍ମ କରିଥିଲେ। ପୀଡିତାଙ୍କ ଅଭିଯୋଗ ଅନୁସାରେ ମାର୍ଚ୍ଚ ୨୯ ତାରିଖରେ ସେ ତାଙ୍କ ଘରୁ ଯାଉଥିବା ବେଳେ ତାଙ୍କୁ କିଛି ଲୋକ କିଛି ଶୁଂଘାଇ ଅଚେତ୍ କରିଦେଇଥିଲେ ଏବଂ ବଳପୂର୍ବକ ଅପହରଣ କରିନେଇଥିଲେ। ପରେ ତାଙ୍କୁ କେଉଁ ଏକ ପରିତ୍ୟକ୍ତ ସ୍ଥାନକୁ ତାଙ୍କୁ ନେଇଯାଇଥିଲେ। ସେଠାରେ ତାଙ୍କୁ ୭ ଦିନ ଧରି ଗଣଦୁଷ୍କର୍ମ କରାଯାଇଥିଲା। ୨୩ଜଣ ତାଙ୍କୁ ଭିନ୍ନ ଭିନ୍ନ ସମୟରେ ଯୌନ ନିର୍ଯାତନା ଦେଇଥିଲେ। ପରେ ତାଙ୍କୁ ଛାଡିଦେଇ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ତେବେ ଗତ ୪ ତାରିଖରେ ସେ କୌଣସିମତେ ନିଜ ଘରକୁ ଫେରି ଘଟଣା ବିଷୟରେ ତାଙ୍କ ପରିବାରକୁ ଜଣାଇଥିଲେ ଏବଂ ପରିବାର ଲୋକେ ପୋଲିସର ଦ୍ୱାରସ୍ଥ ହୋଇଥିଲେ।

ବରୁଣା ଜୋନ୍ ଡିସିପି ଚନ୍ଦ୍ରକାନ୍ତ ମୀନା ସୋମବାର କହିଛନ୍ତି ଯେ, ପୀଡିତାଙ୍କ ମାଆଙ୍କ ଅଭିଯୋଗ କ୍ରମେ ଏକ ଏଫ୍‌ଆଇଆର ରୁଜୁ କରାଯାଇଛି ଏବଂ ଏହି ମାମଲାରେ ସମ୍ପୃକ୍ତ ଥିବା ୬ ଅଭିଯୁକ୍ତଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ତିନୋଟି ପୋଲିସ ଦଳ ବିଭିନ୍ନ ସ୍ଥାନରେ ଚଢାଉ କରୁଛନ୍ତି। ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ଧାରା ୭୦(୧) (ସାମୁହିକ ଦୁଷ୍କର୍ମ), ୭୪ (ମହିଳାଙ୍କ ଭଦ୍ରତାକୁ ଆଘାତ କରିବା), ୧୨୩ (ବିଷ କିମ୍ବା ହାନିକାରକ ପଦାର୍ଥ ପ୍ରୟୋଗ କରିବା), ୧୨୬(୨) (ଯାତାୟାତରେ ବାଧା ସୃଷ୍ଟି କରିବା), ୧୨୭(୨) (ଭୁଲ ଭାବରେ ବନ୍ଦୀ କରି ରଖିବା) ଏବଂ ୩୫୧(୨) (ଅପରାଧମୂଳକ ଧମକ) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଡିସିପି କହିଛନ୍ତି ଯେ, ପୀଡ଼ିତା ନିଖୋଜ ହେବା ଦିନ ଠାରୁ ଘରକୁ ଫେରିବା ସମୟ ମଧ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଲୋକେ ତାଙ୍କ ସହ ଏପ୍ରକାର ଅମାନବୀୟ କାଣ୍ଡ ଘଟାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking