29.1 C
Bhubaneswar
Friday, April 3, 2026
Homeଦେଶ ବିଦେଶପ୍ରଖର ସ୍ରୋତରେ ଭାସିଗଲେ ୧୯ ଜଣ

ପ୍ରଖର ସ୍ରୋତରେ ଭାସିଗଲେ ୧୯ ଜଣ

ଗୁଜରାଟ : ଏକ ନାଳର କଲଭର୍ଟ ପୋଲ ଅତିକ୍ରମ କରିବା ସମୟରେ ଟ୍ରାକ୍ଟର ଓଲଟି ପଡ଼ିବାରୁ ପ୍ରଖର ସ୍ରୋତରେ ଭାସିଯାଇଛନ୍ତି ୧୯ ଜଣ। ଗୁଜରାଟର ମୋରବି ଜିଲା ଅନ୍ତର୍ଗତ ଧ୍ବାନା ଗ୍ରାମ ନିକଟରେ ରବିବାର ରାତିରେ ଏହି ଅଘଟଣ ଘଟିଛି। ଖବରପାଇ ଏନଡିଆରଏଫ ଟିମ୍‌ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।

ହେଲେ ରାତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ସୋମବାର ସକାଳ ସୁଦ୍ଧା ୧୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଅନ୍ୟ ୯ ଜଣଙ୍କ ପତ୍ତା ମିଳିନାହିଁ। ଗୁଜରାଟରେ ବିଭିନ୍ନ ଜିଲାରେ ଗତ ୩ ଦିନ ହେବ ଅଗଷ୍ଟ ୨୪ ତାରିଖରୁ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ବିଭିନ୍ନ ନଦୀ ଓ ନାଳରେ ଜଳପତ୍ତନ ବୃଦ୍ଧି ପାଇଛି। ରବିବାର ରାତିରେ ଉକ୍ତ ଟ୍ରାକ୍ଟରରେ ଡ୍ରାଇଭର ସମେତ ୧୯ ଜଣ ଯାଉଥିବାବେଳେ ଭାରସାମ୍ୟ ହରାଇ ଗାଡ଼ିଟି ନାଳ ଭିତରକୁ ଓଲଟି ପଡ଼ିଥିଲା। ଫଳରେ ଟ୍ରାକ୍ଟର ସହିତ ସମସ୍ତ ୧୯ ଜଣ ଭାସିଯାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking