32.9 C
Bhubaneswar
Monday, April 13, 2026
Homeଓଡିଶାଫାଶିଗୁଡ଼ା ଗ୍ରାମରେ କରେଣ୍ଟ ଲାଗି ୧୯ଶିଶୁ ଆହତ ଘଟଣା ; ୫ ଗିରଫ

ଫାଶିଗୁଡ଼ା ଗ୍ରାମରେ କରେଣ୍ଟ ଲାଗି ୧୯ଶିଶୁ ଆହତ ଘଟଣା ; ୫ ଗିରଫ

ବ୍ରହ୍ମପୁର : ରବିବାର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନ ଫାଶିଗୁଡ଼ା ଗ୍ରାମରେ ରାମାୟଣ ନାଟକ ମଞ୍ଚରେ କରେଣ୍ଟ ଲାଗି ୧୯ ଶିଶୁ ଆହତ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ଏହି ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଯାତ୍ରା କମିଟିର ସଭାପତିଙ୍କ ସମେତ ୫ ଜଣଙ୍କୁ ଗିରଫ କଲା ପୋଲିସ । ଅଭିଯୁକ୍ତମାନଙ୍କର ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ଦିଗପହଣ୍ଡି ଉପକାରାଗାରକୁ ପଠାଇଦିଆଯାଇଛି। ଏଣେ ପୀଡ଼ିତମାନଙ୍କ ମଧ୍ୟରୁ ୨ଜଣ ଗୁରୁତର ଥିବାରୁ ଉଭୟଙ୍କୁ ଏମକେସିଜି ଆଇସିୟୁରେ ରଖାଯାଇଛି। ଅନ୍ୟମାନେ ସୁସ୍ଥ ଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନ ଫାଶିଗୁଡ଼ା ଗ୍ରାମରେ ସାହି ଭିତରେ ବନ୍ଥପଲ୍ଲୀ ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ନାଟକ ଗ୍ରୁପ୍ ପକ୍ଷରୁ ରାମାୟଣ ନାଟକ ପରିବେଷଣ ଆରମ୍ଭ ହୋଇଥିଲା। ମଧ୍ୟାହ୍ନରେ ବର୍ଷା ଯୋଗୁ ନାଟକକୁ ଅଧାରୁ ବନ୍ଦ ରଖାଯାଇଥିଲା। କିନ୍ତୁ ବିଦ୍ୟୁତ୍‌ ସଂଯୋଗକୁ ବିଚ୍ଛିନ୍ନ କରାଯାଇ ନଥିଲା।
ଏହି ସମୟରେ କିଛି ଛୋଟପିଲା ମଞ୍ଚ ଉପରକୁ ଚଢ଼ିଥିବା ବେଳେ ଆଉ କିଛି ପିଲା ମଞ୍ଚର ଲୁହାବାଡ଼କୁ ଧରି ଛିଡ଼ା ହୋଇଥିଲେ। ହଠାତ୍‌ ମଞ୍ଚରେ କରେଣ୍ଟ୍‌ ଚାର୍ଜ ହୋଇଯିବାରୁ ସମସ୍ତଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିଥିଲା। କିଛି ପିଲା ମଞ୍ଚରୁ ପଡ଼ିଯାଇଥିଲେ। ଚିତ୍କାର ଶୁଣି ସେଠାରେ ଥିବା କର୍ମଚାରୀମାନେ ତୁରନ୍ତ ବିଦ୍ୟୁତ୍‌ ସଂଯୋଗକୁ ବିଚ୍ଛିନ୍ନ କରିଥିଲେ। ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking