ଭୁବନେଶ୍ୱର :ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ପୂର୍ବ ସରକାରରଙ୍କ ବିଫଳତାକୁ ନେଇ ପ୍ରଶ୍ନ ଉଠାଇଲେ ଶାସକ ଦଳର ବିଧାୟକ । ବାବୁ ସିଂଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି, ବିଜୁ ଯୁବ ବାହିନୀ ପାଇଁ ୨ ବର୍ଷରେ ୧୮୩ କୋଟି ୬୭ ଲକ୍ଷ ୩୯ ହଜାର ଟଙ୍କା ଖର୍ଚ୍ଚ କରିଥିଲେ ବିଜେଡି ସରକାର । ୨୦୧୮-୧୯, ୨୦୧୯-୨୦ ଦୁଇ ବର୍ଷରେ ଖର୍ଚ୍ଚ ହୋଇଛି ଏହି ଟଙ୍କା । ପରେ ୨୦୨୦-୨୧ ରେ ବ୍ୟୟବରାଦ ନକରି ଯୋଜନାକୁ ବନ୍ଦ କରିଦେଇଥିଲେ ପୂର୍ବର ସରକାର ।










