18.1 C
Bhubaneswar
Saturday, December 27, 2025
Homeଓଡିଶାରଥଯାତ୍ରାରେ ଜଗିବେ ୧୮୦ ପ୍ଲାଟୁନ ପୋଲିସ

ରଥଯାତ୍ରାରେ ଜଗିବେ ୧୮୦ ପ୍ଲାଟୁନ ପୋଲିସ

ପୁରୀ : ଆଉ ମାତ୍ର କିଛି ଦିନର ଅପେକ୍ଷା । ଜୁଲାଇ ୭ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ସେଥିଲାଗି ଜୋରସୋରରେ ଲାଗି ପଡ଼ିଛି ପ୍ରଶାସନ । ଏଥର ପୁରୀ ରଥଯାତ୍ରାରେ ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ । ପୁରୀରେ ସମୀକ୍ଷା ପରେ ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ସୂଚନା । ୪ ଅତିରିକ୍ତ ଡିଜି, ୬ ଆଇଜି ଓ ଡିଆଇଜି ପାହ୍ୟା ଅଧିକାରୀ ରହିବେ । ୧୯ ଏସ୍‌ପି ପାହ୍ୟାର, ଡିଏସ୍‌ପି ପାହ୍ୟାର ୭୫ ଜଣ ମୁତୟନ ହେବେ । ସେହିପରି ରଥଯାତ୍ରାର ସୁପରିଚାଳନା ପାଇଁ ୯୦ ଜଣ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ୯୦ ଜଣ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରିଛନ୍ତି ରାଜ୍ୟ ସରକାର । ତହସିଲଦାର, ବିଡିଓ, ପୌର ନିର୍ବାହୀ ଅଧିକାରୀ ପ୍ରମୁଖଙ୍କ ସମେତ ୯୦ ଜଣ ଏହି ଦାୟିତ୍ୱରେ ରହିବେ । ସରକାରଙ୍କ ତରଫରୁ ରଥଯାତ୍ରାରେ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking