ଭୁବନେଶ୍ୱର: ଗତବର୍ଷ ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ୧୮ କୋଟି ୫୯ ଲକ୍ଷ ୨୩ ହଜାର ଟଙ୍କା ସଂଗ୍ରହ କରାଯାଇଛି । ଏନେଇ ବିଧାନସଭାରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଲିଖିତ ଉତ୍ତର ରଖିଛନ୍ତି । ଭକ୍ତମାନେ ୩ କେଜି ୪୪୧ ଗ୍ରାମ ମିଶ୍ରିତ ସୁନା ଦାନ କରିଛନ୍ତି । ୩୩ କେଜି ୬୪୮ ଗ୍ରାମ ମିଶ୍ରିତ ରୁପା ଅଳଙ୍କାର ଦାନ କରିଛନ୍ତି । ୧୯୮୧ରୁ ୨୦୨୪-୨୫ ସୁଦ୍ଧା ୫୮ କେଜି ୩୧୭ ଗ୍ରାମ ସୁନା ହୁଣ୍ଡିରୁ ସଂଗ୍ରହ କରାଯାଇଛି । ୧୫୮ କେଜି ୮୩୬ ଗ୍ରାମ ରୁପା ଦାନ ହୁଣ୍ଡିରୁ ସଂଗ୍ରହ ହୋଇଛି କହିଛନ୍ତି ଆଇନ ମନ୍ତ୍ରୀ । ୨୦୧୧ରୁ ୨୦୨୪ -୨୫ ଭିତରେ ହୁଣ୍ଡି ଓ ଅନ୍ୟାନ୍ୟ ଦାନରୁ ୩୦୪ କୋଟି ୫୭ ଲକ୍ଷ ସଂଗ୍ରହ ହୋଇଛି ।










